ଡାକ୍ତରଖାନାରେ ରୋଗୀ ମାନଙ୍କୁ ଠିକ ଭାବରେ ସାସ୍ଥ୍ୟ ସେବା ମିଳୁଛି ନା ନାହିଁ, ତାହା ଟିକିନିଖ ଭାବେ ତଦାରଖ କରିଥିଲେ । ଏପରିକି ରୋଗୀ ମାନଙ୍କ ସହିତ କଥା ବାର୍ତ୍ତା ମଧ୍ୟ କରିଥିଲେ । ଏହାସହ ଏହି ଡାକ୍ତରଖାନାରେ ୨ଜଣ ପ୍ରସୂତୀ ମହିଳାଙ୍କ ସହ ବିଧାୟକ ତ୍ରିପାଠୀ କଥା ହୋଇଥିଲେ । ବିଧାୟକଙ୍କ ଏହି ପରିଦର୍ଶନ ସମୟରେ ରୋଟାରୀ କ୍ଳବ ଅଫ ଝାରସୁଗୁଡ଼ା ସିଟି ପକ୍ଷରୁ ଡାକ୍ତରଖାନା ପରିସରରେ ଆୟାଜିତ କାର୍ଯ୍ୟକ୍ରମରେ ବିଧାୟକ ଯୋଗଦେଇଥିଲେ । କ୍ଳବ ପକ୍ଷରୁ ରୋଗୀ ମାନଙ୍କ ପାଇଁ ବିଶୁଦ୍ଧ ଓ ଥଣ୍ଡା ପିଇବା ପାଣି ପାଇଁ ଗୋଟିଏ ଆକ୍ସାଗାର୍ଡ, ଗୋଟିଏ ଫିଲଟର ଏବଂ ଗରମ ପାଣି ପାଇଁ ଗୋଟିଏ ଗିଜର ପ୍ରଦାନ କରାଯାଇଥିଲା। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜ ସେବାରେ ରୋଟାରୀ କ୍ଳବ ସମସ୍ତଙ୍କ ଆଗରେ ରହିଥାଏ। ଆଗାମୀ ଦିନରେ ଏହି କ୍ଳବ ପକ୍ଷରୁ ଜନସାଧାରଣଙ୍କ ସୁବିଧା ପାଇଁ ଆହୁରି ଜନହିତକର କାର୍ଯ୍ୟ କରିବେ ବୋଲି ମତପୋଷଣ କରିଥିଲେ । ରୋଟାରି କ୍ଳବ ଅଫ ଝାରସୁଗୁଡ଼ା ସିଟିର ସଭାପତି ସିଏ ମନୀଷ ସାହ,ବିକାଶ ବଧାନ,କୈଲାସ ରେଖାନୀ, ସୁନୀଲ କେଡିଆ, ବରିଷ୍ଠ ବିଜେପି ନେତା ସୁନୀଲ ପଣ୍ଡା, ନେତାଜୀ ପଟ୍ଟନାୟକ, କାଉନସିଲ ବନ୍ଦନା ମୁନ୍ଦଡା, ସହର ମଣ୍ଡଳ ସଭାପତି ବିମଳେନ୍ଦୁ ଭୋଳ ଓ ଅରବିନ୍ଦ ପାଠକ, ଯୁବମୋର୍ଚ୍ଚା ସଭାପତି ବିବେକ ଶ୍ରୀବାସ, ଶ୍ୟାମ ପୋଦ୍ଦାର ପ୍ରମୁଖ ଉପସ୍ଥିତ ଥିଲେ ।
0 Comments