ଅନୁମୋଦିତ ବ୍ୟାଙ୍କ ତାଲିକା ରୁ ବାଦ ହେଲେ ଏହି ତିନି ଘରୋଇ ବ୍ୟାଙ୍କ।
ଓଡ଼ିଶା ରାଜ୍ୟ ସରକାର ଏବେ HDFC, ICICI ଏବଂ Axis Bank ସହିତ କୌଣସି କାରବାର କରିବେ ନାହିଁ। ସେବା ପ୍ରଦାନ କରିବାରୁ ବିଫଳ ହେବାରୁ ଏଭଳି ନିଷ୍ପତି ନେଇଛନ୍ତି ସରକାର।ସରକାରୀ ସଂସ୍ଥା ହେଉ କିମ୍ବା ସରକାର ଙ୍କ ଅନୁବନ୍ଧିତ କୌଣସି ଅନୁଷ୍ଠାନ ଏହି ବାଦ ପାଇଥିବା ତିନୋଟି ଘରୋଇ ବ୍ୟାଙ୍କ ସହିତ କୌଣସି କାରବାର କରିବେ ନାହିଁ। ଏ ନେଇ ସବୁ ବିଭାଗୀୟ ସଚିବ ଙ୍କୁ ଅର୍ଥ ବିଭାଗ ପକ୍ଷରୁ ଚିଠି ଦିଆଯାଇଛି। ସରକାର ଙ୍କ ବିଭିନ୍ନ ଯୋଜନା କୁ ଏହି ବ୍ୟାଙ୍କ ମାନେ ଠିକ୍ ଭବେ ଲୋକଙ୍କ ପାଖକୁ ପହଞ୍ଚାଇବା ରେ ବିଫଳ ଥିଲେ ଏବଂ ଲୋକଙ୍କୁ ଯୋଜନାର ଲାଭ ଉଠାଇବା ପାଇଁ ସହାୟକ ହେଉନଥିଲେ ତେଣୁ ଏହି ବ୍ୟାଙ୍କ ଗୁଡ଼ିକୁ ସମସ୍ତ ଲେନଦେନ ରୁ ପ୍ରତ୍ୟାହାର କରାଯାଇଛି।ତେବେ ଏହା ଦ୍ଵାରା ବ୍ୟାଙ୍କ୍ ରେ ସାଧାରଣ ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟ ରେ କୌଣସି ପ୍ରଭାବ ପଡ଼ିବ ନାହିଁ। କିନ୍ତୁ ଯେଉଁ ମାନେ ରେଭେନ୍ସା କଲେଜ ଏବଂ ଉତ୍କଳ କଲେଜ ରେ ପଇସା ଡିପୋଜିଟ ପାଇଁ ସେହି ଛାତ୍ର ଛାତ୍ରୀ ମାନଙ୍କୁ ଅସୁବିଧା ହେଇ ପାରେ।
0 Comments