ଚତୁର୍ଥ ଦିନରେ IT ସ୍ବର୍ଗତ ନବ ଦାସ ଙ୍କ ଘରେ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କରେ ଚଢ଼ାଉ ଜାରି ରଖିଛି। ତେବେ ଏ ନେଇ ନବ ଦାସ ଙ୍କ ପୁଅ ବିଶାଳ ଦାସ ଙ୍କୁ ଆୟକର ବିଭାଗ ର ବରିଷ୍ଠ ଅଧିକାରୀ ମାନଙ୍କ ଏକ ଟିମ୍ ପଚରା ଉଚୁରା କରୁଛି। ଏ ନେଇ ପର୍ଯ୍ୟନ୍ତ ଆୟକର ବିଭାଗ କିମ୍ବା ନବ ଦାସ ଙ୍କ ପରିବାର ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ । ତେବେ ଏହି ପଚରା ଉଚୁରା ଏକ ଘରୋଇ ହୋଟେଲ ରେ ହେଉଥିବା ନେଇ ଜଣାପଡିଛି । ନବ ଦାସ ଙ୍କ ସମ୍ବଲପୁର ମୁଦିପଡ଼ା ସ୍ଥିତ ପୁରୁଣା ବାସ ଭବନ ସମେତ, ଭାଲୁପଡ଼ା ରେ ଥିବା ତାଙ୍କ ବାର ଏବଂ ହୋଟେଲ ମାଣ୍ଡେରିନ ରେ ତନାଘନା କରିବା ପରେ ଚତୁର୍ଥ ଦିନର IT ମନ୍ତ୍ରୀ ଙ୍କ ବାସଭବନ ସହିତ ତାଙ୍କର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରିବା ସହିତ ହୋଟେଲ ମାଣ୍ଡେରିନ ରେ ମଧ୍ୟ ଚଢ଼ାଉ କରିଛି।ବିଶାଳ ଙ୍କ ସମସ୍ତ ଭୁତ କମ୍ପାନୀ ଏବଂ ସମ୍ବଲପୁର ର ବିଭିନ୍ନ ଠିକଣା ରେ ଥିବା ତାଙ୍କ ଘର ରେ ରେଡ କରୁଛି ଆୟକର ବିଭାଗ। ସମସ୍ତ ଦସ୍ତାବେଜ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଛି।ତେବେ ବିଶାଲ ଙ୍କ ସହିତ ପଚରା ଉଚୁରା ସମୟରେ ଆୟକର ବିଭାଗ ଏକ ଟଙ୍କା ଗଣିବା ମେସିନ ଭିତରକୁ ନେଇ ଯାଉଥିବା ଦେଖିବାକୁ ମିଳିଛି । ହେଲେ ଏ ପର୍ଯ୍ୟନ୍ତ କେତେ ଟଙ୍କା ଜବତ ହେଲାଣି ଏବଂ କେତେ ଆୟକର ନବ ଦାସ ଫାଙ୍କିଛନ୍ତି ସେ ନେଇ ସମ୍ପୂର୍ଣ୍ଣ ସୂଚନା ମିଳିବ ବାକି ରହିଛି।
0 Comments