ରାଜ୍ୟରେ ବିଜେପି ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆସି ଭୁବନେଶ୍ୱର ପହଂଚିଛନ୍ତି।ଅପରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ବର୍ଷପୂର୍ତ୍ତିରେ ଓଡ଼ିଶାବାସୀଙ୍କୁ ୧୯ ହଜାର କୋଟିର ପ୍ରକଳ୍ପ ବଡ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୧୮ ହଜାର ୭୦୦ କୋଟି ଟଙ୍କାର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପିଏମ୍ ମୋଦି । ଏହି ଅବସରରେ ୨ହଜାର ୭୫୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ୧୦୦ଟି ବ୍ୟାଟେରୀ ଚାଳିତ ବସର ଶୁଭାରମ୍ଭ କରିବା ସହ ଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଝାରସୁଗୁଡ଼ା ର ଲୁସା ଗାନିକ୍ କିରାଣା, କୁକୁଡ଼ା, ପନିପରିବା ବ୍ୟବସାୟ ଏବଂ ଚାଷ ମାଧ୍ୟମରେ ବାର୍ଷିକ ୧୨.୫୫ ଲକ୍ଷରୁ ଅଧିକ ରୋଜଗାର କରି ମହା ଲଖପତି ଦିଦି ଭାବେ ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି।ଏହା ସହ ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭ ପୁସ୍ତିକା ଉନ୍ମୋଚନ ଏବଂ ବୌଦ୍ଧ ର ରେଳ ଯୋଗାଯୋଗ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ଭଳି ବିଭିନ୍ନ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ନରେନ୍ଦ୍ର ମୋଦି।
0 Comments