କୋଲାବିରା,କିର୍ମିରା ଓ ଲଇକେରାରେ ବିଧାୟକଙ୍କ ଜମି ପଟ୍ଟା ବଂଟନ।


 ସରକାରଙ୍କ ବସୁନ୍ଧରା ଯୋଜନାରେ କୋଲାବିରା ବ୍ଳକର ୨୬ଜଣ ହିତାଧିକାରୀଙ୍କୁ ବିଧାୟକ ଟଙ୍କଧର ତ୍ରିପାଠୀ ସୋମବାର ଘରଡିହ ପଟ୍ଟା ବଂଟନ କରିଥିଲେ । ବ୍ଳକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପଟ୍ଟା ବଂଟନ କରିବା ସହ ଘରଡିହ ଅଂଚଳର ଶୁନ୍ୟ ହିତାଧିକାରୀ ମାନେ ଏବେ ନିଜ ଜମିର ଅଧିକାରୀ । ଏହା କେବଳ ଜମି ନୁହେଁ, ଏହା ଗରିବ ଏବଂ ଶୁନ୍ୟ ହିତାଧିକାରୀ ପରିବାର ମାନଙ୍କ ପାଇଁ ସମ୍ମାନ, ସ୍ୱାଭିମାନ ଓ ନିଜ ଚାଷୀ ଅସ୍ତିତ୍ବର ପ୍ରମାଣ । ଏଣୁ ବସୁନ୍ଧରା ଯୋଜନା ଏକ ଜମି ନୁହେଁ ବରଂ ଜନତାଙ୍କ ପାଇଁ ଜୀବନର ଅଧିକାର ବୋଲି ନିଜ ଭାଷଣରେ ବର୍ଣ୍ଣନା କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଏସପି.ବି.ସ୍ମିଥ ପରମାର, ସିଡିଓ ବିଶ୍ବରଞ୍ଜନ ନାୟକ, ବିଡିଓ ଅଶୋକ ମାଝି, ତହସିଲଦାର ଏମ.ପି.କୁଜୁର, କୋଲାବିରା ବିଜେପି ମଣ୍ଡଳ ସଭାପତି ରାଜେନ୍ଦ୍ର ଦାସ,ସଂଜୟ ପୁଜାରୀ, ସମରେନ୍ଦ୍ର ରାୟ ପ୍ରମୁଖଙ୍କ ସମେତ ଅନ୍ୟ ଅଧିକାରୀ, କର୍ମଚାରୀ ଓ ଜନସାଧାରଣ ଯୋଗଦେଇଥିଲେ । ଠିକ ସେହିପରି ଲଇକେରା ବ୍ଳକ ସାହାସପୁର ଗ୍ରାମପଂଚାୟତ କାର୍ଯ୍ୟାଳୟରେ ମଧ୍ୟ ବିଧାୟକ ୨୮ଜଣ ହିତାଧିକାରୀଙ୍କ ବସୁନ୍ଧରା ଯୋଜନାରେ ଘରଡିହ ପଟ୍ଟା ବଂଟନ କରିଥିଲେ । ଏହାସହ ୮୦ ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧାଙ୍କୁ ୩୫୦୦ ଟଙ୍କା ଭତ୍ତା ବଂଟନ କରିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାହାସପୁର ସରପଂଚ ସୁକାନ୍ତି ଜୟପୁରିଆ,ବିଡିଓ ଜର୍ଜ ଡୁଙ୍ଗଡୁଙ୍ଗ, ତହସିଲଦାର ଲଇକେରା, ଲଇକେରା ମଣ୍ଡଳ ସଭାପତି ଦୁତିଆ ଓରାମ,ପାକେଲପଢ଼ା ମଣ୍ଡଳ ସଭାପତି କୁଳମଣି କିସାନ, ମୌଜିଲାଲ ଦଣ୍ଡସେନା,ଟିକେଶ୍ବର ପୃଷେଠ ପ୍ରମୁଖ ଉପସ୍ଥିତ ଥିଲେ । ଠିକ ସେହପରି କିର୍ମିରା ବ୍ଲକ ସୁଲାହି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ବିଧାୟକ ମଧ୍ଯ ୨୪ ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା ବଂଟନ କରିଥିଲେ । ଏହାସହ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ କାର୍ଡ ଓ ବୃଦ୍ଧ ବୃଦ୍ଧାଙ୍କୁ ଭତ୍ତା ବଂଟନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡିଓ ଅବିନାଶ ଲାକ୍ରା, ତହସିଲଦାର ସନ୍ଦୀପ କୁମାର କୁଲୁ, ସୁଲାହୀ ସରଫଚ ସଙ୍ଗୀତା ପଟେଲ,କିର୍ମିରା ମଣ୍ଡଳ ସଭାପତି ଉଦ୍ଧବ ସିଂ ନାଏକ, ବିଜୟ ଶର୍ମା ଝସକେତନ ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done