ଘା ଡ୍ରେସିଂ ପାଇଁ ଆସିଥିଲେ, ଚିକିତ୍ସାଳୟ ର ଅବହେଳା ରେ ଜିବନ ଯାଇଥିବା ନେଇ ସାମ୍ନାକୁ ଆସିଲା ଅଭିଯୋଗ।
କ୍ଷତିପୂରଣ ଦାବି ନେଇ ଆନ୍ଦୋଳନ କୁ ଓହ୍ଲାଇଲେ ପରିବାର ଲୋକେ।
ବାଗଡିହି ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ଷ୍ଟାଫ୍ ଙ୍କ ଅବହେଳା ଯୋଗୁଁ ଆଣ୍ଟିବାୟୋଟିକ୍ ଦେବା ପରେ ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଛି । ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ବାଗଡିହି ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାଗଡିହି ଷ୍ଟେସନ୍ ପଡ଼ାର କହ୍ନେଇ ମହାନନ୍ଦିଆ ନିଜ ଘା ପାଇଁ ଡ୍ରେସିଂ କରାଇବାକୁ ଯାଇଥିଲେ । ସେଠାରେ ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରର ନର୍ସ ଆଣ୍ଟିବାୟୋଟିକ୍ ଇଞ୍ଜେକସନ ଦେବା ପରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଗତ ୧୪ ତାରିଖ କହ୍ନେଇ କୌଣସି କାରଣରୁ କ୍ଷତାକ୍ତ ହୋଇ ଚିକିତ୍ସା ପାଇଁ ଆସିଥିଲେ। ଡକ୍ଟର ତାଙ୍କୁ ପ୍ରତି ଦୁଇ ଦିନରେ ଆସି ଡ୍ରେସିଂ ପାଇଁ ଆସିବାକୁ ପରାମର୍ଶ ଦେଇଥିଲେ। ଡ୍ରେସିଂ ସହିତ ଡାକ୍ତର ଏକ ଇଂଜେକସନ୍ ନେବା ପାଇଁ ପ୍ରେସ୍କ୍ରିପସନ୍ ଲେଖି ଦେଇଥିଲେ। ପ୍ରେସ୍କ୍ରିପସନ୍ ଦେଖି ଉପସ୍ଥିତ ଥିବା ନର୍ସ ତାଙ୍କୁ ଇଂଜେକସନ୍ ଦେଇଥିଲେ। ଇଂଜେକସନ୍ ଦେବା ପରେ କେହି କିଛି ବୁଝିବା ବେଳକୁ କହ୍ନେଇଙ୍କ ମୃତ୍ୟୁ ହୋଇଥିଲା । ଏ ନେଇ ଏବେ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ମଧ୍ୟ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ଏବଂ କ୍ଷତିପୂରଣ ଦାବି କରିଛନ୍ତି। ଲଇକେରା ପୁଲିସ୍ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଇବା ସହିତ ରେଡ୍କ୍ରସ୍ ପାଣ୍ଠିରୁ ସହାୟତା ଘୋଷଣା ପରେ ଲୋକେ ଆନ୍ଦୋଳନରୁ ଓହରିଥିବା ସୂଚନା ମିଳିଛି। ତେବେ ଯେଉଁ ଇଞ୍ଜେକସନ ମୃତକ ଙ୍କୁ ଦିଆଯାଇଥିଲା ତାହା ଏକ ସ୍କ୍ରିନ୍ ଟେଷ୍ଟ୍ କରିବା ପରେ ହିଁ ରୋଗୀ କୁ ଦିଆଯାଏ। ମାତ୍ର ଏଠି ଏହି ପ୍ରକ୍ରିୟା ର ବ୍ୟତିକ୍ରମ ହେବ ଯୋଗୁଁ କହ୍ନେଇଙ୍କ ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।
0 Comments