ବ୍ରଜରାଜନଗର ଅଂଚଳରେ ଜଣେ ମହିଳା ମାର୍ଚ୍ଚ ୨୩ ତାରିଖରେ ତାଙ୍କ ପୁଅ ସହିତ ଯୌନ ଦୁଷ୍କର୍ମ ହୋଇଥିବା ନେଇ ବ୍ରଜରାଜନଗର ଥାନାରେ ଅଭିଯୋଗ ଦାଖଲ କରିଥିଲେ । ତାଙ୍କ ଅଭିଯୋଗ ଅନୁଯାଇ ତାଙ୍କର ୧୧ ବର୍ଷର ପୁଅ ବୁଲୁଥିବା ବେଳେ, ସେହି ଗ୍ରାମର ଅଜିତ ନାଗ ତାଙ୍କୁ ତାଙ୍କ ମୋଟର ସାଇକେଲରେ ପୁରୁଣା ଓପିଏମ୍ ବିଲଡିଂ ନେଇ ଯୌନ ନିର୍ଯାତନା ଦେଇଥିଲା । ତାଙ୍କ ପୁଅ ପ୍ରତିବାଦ କରିବାରୁ, ଅଜିତ ତାଙ୍କୁ ଆକ୍ରମଣ କରିଥିଲା ଏବଂ ତଣ୍ଟୀ ଚିପି ହତ୍ୟା କରିବାକୁ ଧମକ ଦେଇଥିଲା । ତାଙ୍କ ପୁଅ ଘରକୁ ଫେରି ତାଙ୍କ ଆଗରେ ସମସ୍ତ ଘଟଣା ଟିଖିନିଖି କରି ବଖାଣି ଥିଲେ । ଅଜିତ ନାଗ ପୂର୍ବରୁ ମଧ୍ୟ ତାଙ୍କ ପୁଅକୁ ଅନେକ ଥର ଯୌନ ନିର୍ଯାତନା ଦେଇଥିଲା ଏବଂ ତାଙ୍କ ପୁଅର ବୟାନ ଅନୁଯାୟୀ, ଅଜିତ ନାଗ ତାଙ୍କ ଭଣଜା ଏବଂ ସେମାନଙ୍କ ଅଞ୍ଚଳର ଅନ୍ୟ ପୁଅମାନଙ୍କୁ ମଧ୍ୟ ଯୌନ ନିର୍ଯାତନା ଦେଉଥିଲା । ତେବେ ଅଜିତ ପୂର୍ବରୁ ଏକ ବଳାତ୍କାର ମାମଲାରେ ଜେଲ ହାଜତରେ ଥିଲା । ଏନେଇ ଅଭିଯୋଗ ଦାଖଲ ହେବାପରେ ଅଜିତ ବିରୁଦ୍ଧରେ ସମସ୍ତ ତଥ୍ୟ ବ୍ରଜରାଜନଗର ପୋଲିସ ୨୨ ଦିନ ମଧ୍ୟରେ ଠାବ କରି ଫରେନସିକ ଟେଷ୍ଟ ପାଇଁ ପଠାଇଥିଲା । ଉକ୍ତ ଫରେନସିକ ଟେଷ୍ଟ ଅଜିତଙ୍କ DNA ଥିବା ନେଇ ସୂଚନା ମିଳିବା ପରେ ପୋଲିସ ଚାର୍ଜ ସିଟ୍ ଦାଖଲ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା । ମାନ୍ୟବର କୋର୍ଟ ସମସ୍ତ ସାକ୍ଷୀ ଏବଂ ତଥ୍ୟ କୁ ଆଖି ଆଗରେ ରଖି ଅଭିଯୁକ୍ତ ଅଜିତ ନାଗଙ୍କୁ 25 ବର୍ଷ ସଶସ୍ତ୍ର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ ୧୦ ହଜାର ଟଙ୍କାର ଜରିମାନା ମଧ୍ୟ ଦେଇଛନ୍ତି । ଯଦି ଜରିମାନା ସମୟରେ ପୈଠ କରା ନ ଯାଏ ତେବେ ଆହୁରି ୨ ବର୍ଷ ର କାରାଦଣ୍ଡରେ ଦଣ୍ଡିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ନାବାଳକ ଜଣଙ୍କୁ କ୍ଷତିପୂରଣ ବାବଦକୁ ୮ ଲକ୍ଷ ଟଙ୍କା ଦିଆଯିବ ବୋଲି ମାନ୍ୟବର କୋର୍ଟ ଆଦେଶ ଦେଇଛନ୍ତି ।
0 Comments