ବିଜେପି ପକ୍ଷରୁ ଗାଈ ମାନଙ୍କ ପିଇବା ପାଇଁ କୁଣ୍ଡ ବଣ୍ଟନ କଲେ ବିଧାୟକ


 ଝାରସୁଗୁଡାରେ ବିଜେପି  ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଗାଈ ମାନଙ୍କ ପାଣି ପିଇବା ଅସୁବିଧା କୁ ଆଖି ଆଗରେ ରଖି ପିଇବା କୁଣ୍ଡ ବଣ୍ଟନ କରିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ।ଆଜି ମାରୱାଡ଼ି ପଡା ଚବିଲା ହନୁମାନ ମନ୍ଦିର ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କିଛି କାମ ଜନ ଭାଗିଦାରୀ ରେ ହୋଇଥାଏ ।ଝାରସୁଗୁଡ଼ା ସହର ର ପ୍ରମୁଖ ଛକ ମାନଙ୍କ ରେ ପ୍ରଥମ ଥର କରି ଲୋକ ମାନେ ଗରମ ରୁ ରକ୍ଷା ପାଇବା ପାଇଁ ଅସ୍ଥାୟୀ ଛାଉଣୀ ର ବ୍ୟବସ୍ତା କରାଯାଇଥିଲା।ସେହିପରି ଝାରସୁଗୁଡ଼ା ରେ ସରକାର ଙ୍କ ତରଫ ରୁ ଜଳଚତ୍ର ଖୋଲାଯାଇଥିବା ବେଳେ ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ପକ୍ଷରୁ ଜଳଛତ୍ର ମାନ ଖୋଲାଯାଇଛି ଯାହା ଗୋଟିଏ ପ୍ରକୃତ ରେ ଜନ ଭାଗିଦାରୀ ର କାର୍ଯ୍ୟ ବୋଲି କହିଛନ୍ତି ଝାରସୁଗୁଡ଼ା ବିଧାୟକ।ତାହା ସହିତ ଆଗାମୀ ବର୍ଷ ରେ କିପରି ସ୍ଥାୟୀ ସେଡ ଲାଗିବ ସେଥିପାଇଁ ଯୋଜନା ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି।ତାହା ସହିତ ଓଡ଼ିଶା ରେ ଗଛ କୁ ଠାକୁର ଙ୍କ ସହିତ ତୁଳନା କରାଯାଏ।ତେଣୁ ସମସ୍ତେ ଗଛ ଲଗାଇବା ସହିତ ଗଛ ଗୁଡ଼ିକ ଯତ୍ନ ନେବା ଆବଶ୍ୟକ ବୋଲି କହିଛନ୍ତି।ତାହା ସହିତ ଆଜିର ଯୁବକ ମାନେ ଯଦି ୧୦ ଟି ଗଛ ଲଗାନ୍ତି ତେବେ ଆଗାମୀ ପିଢ଼ି କୁ ଗୋଟିଏ ସନ୍ଦେଶ ଦେବା ସହିତ ଝାରସୁଗୁଡ଼ା ରେ ତାପମାତ୍ରା କମିବ ବୋଲି କହିଛନ୍ତି ।ଆଜିର ଏହି କାର୍ଯ୍ୟକ୍ରମ ରେ ହରି ଭଣ୍ଡାରି,ସତ୍ୟ ନାରାୟଣ ଅଗ୍ରୱାଲ, ପୁରୁଷୋତ୍ତମ ଟିବ୍ରେୱାଲ,ନରେଶ ଲୋଧା,ଘୋଗଡ ପୋଦାର, ନଟୱର୍ କେଜ୍ରିୱାଲ,କୈଳାଶ ରେଖାନି,ସୁଶିଲ ସରୱି,ଗୁଡୁ ଶର୍ମା,ରତନ ମୁନ୍ଦ୍ରା,ସଞ୍ଜୟ ସରୱି,ପ୍ରକାଶ ଶର୍ମା, ପ୍ରକାଶ ଶର୍ମା, ସନ୍ଦିପ ଶର୍ମା,ଶ୍ୟାମ ପୋଦାର ପ୍ରମୁଖ ଯୋଗ ଦେଇଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done