ପାକିସ୍ତାନ କୁ ଦେଉଥିଲେ ଭାରତର ଗୁପ୍ତ ସାମରିକ ସୂଚନା। ଭାରତ ପାକିସ୍ତାନ ମଧ୍ୟରେ ସୀମା ରେ ଉତ୍ତେଜନା ଲାଗି ରହିଛି l ଭାରତ ଅପରେସନ ସିନ୍ଦୁର ଦ୍ଵାରା ପାକିସ୍ତାନ ର ବିଭିନ୍ନ ଆତଙ୍କବାଦୀ କ୍ୟାମ୍ପ ଉପରେ ଆକ୍ରମଣ କରିଚାଲିଛି। ହେଲେ ସୀମା ରେ ଯେଭଳି ଯୁଦ୍ଧ ସ୍ଥିତି ଚାଲିଛି ସେହିଭଳି ଦେଶ ଭିତରେ ପାକିସ୍ତାନ ନିଜ ଗୁପ୍ତଚର ଲଗେଇ ଭାରତ ଗୁପ୍ତ ଯୁଦ୍ଧ ଖବର ନେବାରେ ଲାଗିଛି। ତେବେ ପାକିସ୍ତାନ କୁ ଏହି ଗୁପ୍ତ ସୂଚନା ପଠାଉଥିବା ଏକ ଗୁପ୍ତଚର ରାକେଟ୍ ଠାବ କରାଯାଇଛି । ସୁରକ୍ଷା ଏଜେନ୍ସିଗୁଡ଼ିକ ପଞ୍ଜାବ ଏବଂ ହରିୟାଣାରୁ ଛଅ ଜଣ ଗୁପ୍ତଚରଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ହରିୟାଣାର ହିସାର ର ଜ୍ୟୋତି ରାଣୀ ଜଣେ। ଜ୍ୟୋତି "ଟ୍ରାଭେଲ୍ ୱିଥ୍ ଜୋ" ନାମକ ଏକ ୟୁଟୁବ ଚ୍ୟାନେଲ ଖୋଲିଛନ୍ତି ଏବଂ ଏହି ଚ୍ୟାନେଲ ମାଧ୍ୟମରେ ହିଁ ତାଙ୍କର ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନ ରେ ଅହସାନ-ଉର-ରହିମ ଓରଫ ଦାନିଶ ସହ ସାକ୍ଷାତ ହୋଇଥିଲା । ଦାନିଶ ତାଙ୍କୁ ଭିସା କରେଇ ଦେଇ ଦୁଇ ଥର ପାକିସ୍ତାନ ଗସ୍ତ ରେ ପଠାଇଥିବା ନେଇ ସେ ଖୁଲାସା କରିଛନ୍ତି। ତେବେ ଜ୍ୟୋତି ଏହି ଗସ୍ତ ରେ ପାକିସ୍ତାନୀ ସୁରକ୍ଷା ଏବଂ ଗୁଇନ୍ଦା ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ । ଏବଂ ସେମାନଙ୍କ କହିବା ଅନୁଯାୟୀ ଭାରତ ର ଗୁପ୍ତ ସାମରିକ ଖବର ପାକିସ୍ତାନ ରେ ଥିବା ISI ସଂଗଠନ କୁ ପଠାଉଥିଲେ। ଏ ନେଇ ଭାରତୀୟ ସୁରକ୍ଷା ଏଜେନ୍ସି ଆହୁରି ଛାନଭିନ୍ କରିଥିବା ନେଇ ସୂଚନା ମିଳିଛି।
0 Comments