ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ରାମପୁର ଦଳିତପଡ଼ାରେ ବ୍ୟାପୁଛି ଝାଡ଼ାବାନ୍ତି


 ରାମପୁର ଦଳିତପଡ଼ାରେ ଝାଡ଼ାବାନ୍ତି ପ୍ରକୋପ ।

୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆକ୍ରାନ୍ତ ।

କୂଅ ପାଣି ନେଇ ଡାକ୍ତରୀ ଟିମ୍ ପରୀକ୍ଷା ଆରମ୍ଭ କରିଛନ୍ତି ।

ବ୍ରଜରାଜନଗର ପୌର ପରିଷଦ ଅନ୍ତର୍ଗତ ରାମପୁର ଦଳିତପଡ଼ାରେ ଝାଡାବାନ୍ତି ବ୍ୟାପିଛି । ଗତ ୮ ଦିନରେ ଏହି ପଡ଼ାରେ ୩ ଜଣଙ୍କ ମୃତ୍ୟୁ ଘଟି ସାରିଛି । ତେବେ ଏହି  ଝାଡାବାନ୍ତିରେ ମିଳନ ସାହୁ, ଡମ୍ବରୁଧର ବୁଡା ଏବଂ ବାସୁଦେବ ତନ୍ତୀଙ୍କ ମୃତ୍ୟୁ ହୋଇଛି । ମିଳନ ସାହୁଙ୍କ ମୃତ୍ୟୁ ଗତ ୧୮ ତାରିଖ ଦିନ ଖଲିଆକାନୀ ଗୋଷ୍ଠୀ ସ୍ବାସ୍ଥ୍ୟରେ ଘଟିଥିଲା । ଡମ୍ବରୁଧର ଏବଂ ବାସୁଦେବଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟଙ୍କ ମୃତ୍ୟୁ ଚିକିତ୍ସାଳୟ ରେ ହୋଇଥିବା ସୂଚନା ରହିଛି । ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆକ୍ରାନ୍ତ ଥିବା ଜଣାପଡିଛି । ଦୂଷିତ ପାଣି ଯୋଗୁଁ ଝାଡାବାନ୍ତି ବ୍ୟାପୁଥିବା ନେଇ ଡାକ୍ତର ମାନେ ଅନୁମାନ କରୁଥିବା ବେଳେ ଯେଉଁ କୂଅର ପାଣି ଲୋକ ମାନେ ପିଉଛନ୍ତି ସେହି କୂଅରୁ ପାଣି ନେଇ ଡାକ୍ତରୀ ଟିମ୍ ଏହାର ପରୀକ୍ଷା  କରୁଛନ୍ତି । ପରୀକ୍ଷା ପରେ ଝାଡାବାନ୍ତିର ପ୍ରକୃତ ସତ୍ୟତା ସାମ୍ନାକୁ ଆସିବ ବୋଲି ଡାକ୍ତର ମାନେ କହିଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done