ଧୁତରା ଷ୍ଟେସନରେ ବିଭିନ୍ନ ଟ୍ରେନ ରହଣୀପାଇଁ ଦାବିପତ୍ର ପ୍ରଦାନ


 ଦକ୍ଷିଣପୂର୍ବ ହାୱାଡା ବମ୍ବେ ମୁଖ୍ୟ ରେଳପଥ ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ଧୁତରା ଷ୍ଟେସନ ରେ ଟାଟା ଇତୱାରୀ (୧୮୧୦୯/୧୮୧୧୦) , ବିଲାସପୁର (୧୮୧୧୩/୧୮୧୧୪) , ଭୁବନେଶ୍ୱର ଇଣ୍ଟରସିଟି ( ୨୨୮୩୯/୨୨୮୪୦) ଓ ତପସ୍ୱିନି ଏକ୍ସପ୍ରେସ (୧୮୪୫୧/୧୮୪୫୨)ର ରହଣୀ ପାଇଁ ଡିଆରଏମ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମୁଖ୍ୟତଃ ରେଳବିଭାଗ ଦ୍ୱାରା କରୋନା କାଳରୁ ଧୁତରା ଷ୍ଟେସନରେ ଉପରୋକ୍ତ ଟ୍ରେନଗୁଡିକର ରହଣୀ ବନ୍ଦ କରାଯାଇଥିଲା ବେଳେ ଆଜି ପର୍ଯ୍ୟନ୍ତ ଷ୍ଟପେଜର ବ୍ୟବସ୍ଥା ହୋଇପାରିନାହିଁ । ଅତି ନିକଟରେ ପାନପାଳି ଷ୍ଟେସନରେ ନା ଟିକେଟ ବୁକିଙ୍ଗର ବ୍ୟବସ୍ଥା ନା  ଆଶ୍ରୟସ୍ଥଳୀ ନା ଠିକ ଭାବରେ ପାଣିପବନର ବ୍ୟବସ୍ଥା ନ ଥାଇ ସେଠାରେ ଉପରୋକ୍ତ ଟ୍ରେନ ରହଣୀ ବ୍ୟବସ୍ଥା ରହିଛି । ଯାହାଫଳରେ ସେଠାରେ ଯାତ୍ରୀଙ୍କୁ ବହୁ ହଇରାଣ ହରକତ ହେଉଥିବାର ନଜିର ହେଉଛି । କିନ୍ତୁ ଧୁତରା ଷ୍ଟେସନରେ ରହଣୀ ହୋଇପାରିନାହିଁ । ରେଳ ବିଭାଗୀୟ ଏପରି ଅବ୍ୟବସ୍ଥା ଅଞ୍ଚଳରେ ବଡ ଚିନ୍ତାର କାରଣ ହୋଇପଡିଛି। ଯାହାଫଳରେ ଅଞ୍ଚଳର ସ୍କୁଳଛାତ୍ରଛାତ୍ରୀ , ଛୋଟ ବଡ ପନିପରିବାବ୍ୟବସାୟୀ , ଦୈନନ୍ଦିନ ପେଟପାଟଣା ପାଇଁ ଝାରସୁଗୁଡା , ରାଉରକେଳା , ସୁନ୍ଦରଗଡ , , ରାଜଗାଙ୍ଗପୁର ତଥା ଅନ୍ୟାନ୍ୟ ସହରକୁ ନିର୍ଭର କରିଆସୁଥିବା ମୁଣ୍ଡମୂଳିଆ , କୂଳି ମଜୁରିଆ ଙ୍କ ସହ ନିତାନ୍ତ ଜରୁରୀ ପାଇଁ ଭୁବନେଶ୍ୱର , ସମ୍ୱଲପୁର ଓ କଟକ କୁ କୋର୍ଟକଚେରୀ ତଥା ଅଫିସିଆଲ କାରୁକାର୍ଯ୍ୟ , ଛୁଆପିଲାଙ୍କ ପାଠପଢା , ଚିକିତ୍ସା ପାଇଁ ନାହିଁ ନ ଥିବା ଅବସ୍ଥା ଭୋଗିବାକୁ ପଡୁଛି । ଏଣୁ ଦୀର୍ଘ ଦିନରୁ ଧୁତରା , ଅର୍ଡା , ଜାମକାନି , ବନ୍ଧପାଳି , ଜୁନାପାଳି , କାଦୋବାହାଳ , ବିରାମଡିହି , ସୁଲାହି , ଭଉଁରା , ଭୀମଯୋର , ଚନ୍ଦରପୁର , କଙ୍କରାମୁଣ୍ଡା , ଟାଳମାଳ , ଭୂର୍ଲାଡିହି , ସାରସମାଳ , ସାରସପାଳି , ଖାଳିଙ୍ଗିପଡା , ଚମ୍ପାପଡା , ସିଆଲରମା ସହ ଶତାଧିକ ଗ୍ରାମବାସୀଙ୍କ ଅନୁରୋଧକ୍ରମେ ଏକ ଧୁତରା ଷ୍ଟେସନରେ ଉପରୋକ୍ତ ଟ୍ରେନଗୁଡିକର ରହଣୀ ପାଇଁ ଡିଆରଏମଙ୍କ ଉଦ୍ଦେଶ୍ୟରେ ଧୁତରା ଷ୍ଟେସନ ମ୍ୟାନେଜର ଶ୍ରୀମାନ ଅରୁଣ କାଙ୍ଗରା ଙ୍କୁ ଧୁତରା ତଥା ଆଖପାଖ ଅଞ୍ଚଳ ତଥା ଅଲଟ୍ରାଟେକ କର୍ମଚାରୀ ସଂଘ ସଭାପତି ସନ୍ତୋଷ ବାଗ ,  ସୂରଜ କେଶରୀ , ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଜନସିଂ ତଣ୍ଡିଆ , ପ୍ରଫୁଲ୍ଲ ଗର୍ଡିଆ ସହ ବରିଷ୍ଠ ସାମ୍ବାଦିକ ଡିଲେଶ୍ୱର ବାଗ ପ୍ରମୁଖଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତରେ  ଦାବିପତ୍ର ପ୍ରଦାନ କରାଯାଇଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done