ସାବିତ୍ରୀ ବ୍ରତ ଅବସରରେ ଝାରସୁଗୁଡ଼ାରେ ମହିଳାମାନେ ଏକତ୍ରିତ ହୋଇ ପୂଜା କରିଛନ୍ତି


 ସାବିତ୍ରୀ ଅମାବାସ୍ୟା ରେ ସତ୍ୟବାନ୍ ଙ୍କ ପକେଟ୍ ଖାଲି ଫଳ ମୂଳ ଦର ଆକାଶଛୁଆଁ  ସତ୍ୟବାନ୍ ନିରାଶ। ଝାରସୁଗୁଡ଼ା ସହର ସମେତ ଆଖପାଖ ଅଞ୍ଚଳରେ ଆଜି ସାବିତ୍ରୀ ବ୍ରତ ପାଳନ ଅବସରରେ ମାସ ଶେଷ ସପ୍ତାହରେ ସାବିତ୍ରୀ ବ୍ରତ ପଡ଼ିଥିବାରୁ ସତ୍ୟବାନ୍ ଙ୍କ ପକେଟ୍ ଖାଲି ହୋଇଯାଇଛି।ଗତ କିଛି ଦିନ ହେବ ସହର ରେ ଫଳମୂଳ ଦର ଆକାଶଛୁଆଁ ଯୋଗୁଁ ସତ୍ୟବାନ୍ ମାନେ ନିରାଶ ହୋଇପଡ଼ିଥିଲେ। ଆଜି ସହରର ସରଵାହାଲ ଜଗନ୍ନାଥ ମନ୍ଦିର, ତ୍ରିନାଥ ମନ୍ଦିର, ଗୈଡପଡା ,ତଳିପଡା ,ଚମାରଡା, ବ୍ରାହ୍ମଣ ପଡା, କୁମ୍ଭାରପଡ଼ା, ସୁନାରି ମୁଣ୍ଡା ,ଵୁଡାପଡା ଵୁରୋମାଳ, ପୁରୁଣାବସ୍ତି, ବଢେଇମୁଣ୍ଡା, ଵିଟିଏମ, ଏକାତାଲି, ମଙ୍ଗଳବଜାର, ଝଣ୍ଡାଛକ, ବେହେରାମାଲ୍ , ବଡ଼ମାଲ,ସାପଡା ସମେତ ଆଖପାଖ ଅଞ୍ଚଳରେ ସାବିତ୍ରୀ ବ୍ରତ ପାଳନ ହୋଇଯାଇଛି। ସତ୍ୟବାନ୍ ଙ୍କ ଦୀର୍ଘାୟୁ ଆୟୁଷ ପାଇଁ ମହିଳା ମାନେ ସାବିତ୍ରୀ ବ୍ରତ କରିଥିଲେ। ବିଭିନ୍ନ ସ୍ଥାନରେ  ମହିଳାମାନେ ଏକତ୍ରିତ ହୋଇ ଏକୋଇଶି ପ୍ରକାରର ଫଳମୂଳ ଓ ପୂଜା ସାମଗ୍ରୀ ରଖି ସାବିତ୍ରୀ ବ୍ରତ ପାଠ କରିଥିଲେ। ଏହି ଅବସରରେ ସହରର ସରଵାହାଲ ଜଗନ୍ନାଥ ମନ୍ଦିରରେ ପୂଜକ ଅଜୟ କୁମାର୍ ମିଶ୍ର ପୂଜା କାର୍ଯ୍ୟ ନିର୍ବାହ କରିଥିବା ବେଳେ ତ୍ରିନାଥ ମନ୍ଦିର ରେ ପୂଜକ ଭଜମନ ପାଣିଗ୍ରାହୀ ପୂଜା କାର୍ଯ୍ୟ ନିର୍ବାହ କରିଥିବା ବେଳେ ଗୈଡପଡା ଠାରେ ଶଶିଭୂଷଣ ପଣ୍ଡା ପୂଜା କାର୍ଯ୍ୟ ନିର୍ବାହ କରିଥିଲେ। ସହରର ବିଭିନ୍ନ ସ୍ଥାନରେ ଫଳମୂଳ ଦର ଆକାଶଛୁଆଁ ରହିଥିବା ବେଳେ କଦଳୀ ଡର୍ଜନ ପଚାଶ ରୁ ଏକ ଶହ ଚାଳିଶ, ସେଓ ଦୁଇ ଶହରୁ ଚାରି ଶହ,ଡାଳିମ୍ବ ଏକ ଶହ ପଚାଶ ରୁ ତିନି ଶହ, ଅଙ୍ଗୁର ଏକ ଶହ ଅଶି ରୁ ତିନି ଶହ, ଖଜୁରୀ ଏକ ଶହ ରୁ ଦୁଇ ଶହ, ସପୁରୀ ପଣସ ଚାଳିଶ ରୁ ଶହେ ଟଙ୍କା ସନ୍ତରା ଏକ ଶହ ଷାଠିଏ ରୁ ଦୁଇ ଶହ ଅଶି ଟଙ୍କା ତାଳ ଗୋଟାକୁ କୋଡ଼ିଏ ରୁ ପଚାଶ ଟଙ୍କା ତରଭୁଜ କିଲୋ ପ୍ରତି କୋଡ଼ିଏ ରୁ ଷାଠିଏ ଟଙ୍କା ଆମ୍ବ ଚାଳିଶ ରୁ ଏକ ଶହ ଷାଠିଏ ରହିଥିବା ବେଳେ ସତ୍ୟବାନ୍ ବାବୁମାନେ ଫଳମୂଳ କିଣିବା ପାଇଁ ନିରାଶ ହୋଇଥିଲେ।ଗତ ଦୁଇଦିନ ହେବ ସହରର ବିଭିନ୍ନ ସପିଁମଲ ସମେତ ବିଭିନ୍ନ ଶାଢ଼ୀ ଦୋକାନରେ ଶାଢ଼ୀ କିଣିଵା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଆଜି ସାବିତ୍ରୀ ବ୍ରତ କରି ସାରିବା ପରେ ଘରେ ଘରେ ମହିଳାମାନେ ସତ୍ୟବାନ୍ ମାନଙ୍କ ଗୋଡ଼ ଧୋଇ ଜଳ ପିଇଥିଲେ ତାପରେ ସତ୍ୟବାନ୍ ମାନଙ୍କୁ ଫଳମୂଳ ଖାଇବାକୁ ଦେଇଥିଲେ।ଗତ ତିନିଦିନ ଛୁଟି ହୋଇଥିବା ବେଳେ ଦୂରଦୁରାନ୍ତରୁ ସତ୍ୟବାନ୍ ମାନେ ଘରକୁ ଆସିଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done