ବଙ୍ଗୋପସାଗର ରେ ଲଘୁଚାପ |ଲଘୁଚାପ ପ୍ରଭାବରେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଏହାର ପ୍ରଭାବ ଏବେଠୁ ଉପକୂଳବର୍ତ୍ତୀ ଅଂଚଳ ସହିତ ପଶ୍ଚିମ ଓଡ଼ିଶାରେ ଦେଖାଦେଉଛି |ପ୍ରବଳ ବର୍ଷ ଦିନ ତମାମ ଲାଗିରହିଛି |ତେବେ ଆସନ୍ତାକାଲି ସୁଦ୍ଧା ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ହେବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି । ଲଘୁଚାପ କ୍ଷେତ୍ର ଧୀରେଧୀରେ ଉତ୍ତର ଦିଗକୁ ଗତି କରିବ ଓ ଆସନ୍ତା ୨୪ଘଣ୍ଟାରେ ଏହା ନିଜର ସ୍ପଷ୍ଟ ରୂପ ଧାରଣ କରିବ ତେଣୁ ୩୧ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା , ବିଜୁଳି ଘଡ଼ଘଡ଼ି ସହ ବର୍ଷା, ଝଡ଼ତୋଫାନ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି |ଚଳିତ ବର୍ଷ ରାଜ୍ୟରେ ମୌସୁମୀ ବାୟୁର ଏହାର ଧାର୍ଯ୍ୟ ସମୟ ପୂର୍ବରୁ ଆଗମନ କରିଛି | ତେଣୁ ରାଜ୍ୟରେ ଗ୍ରୀଷ୍ମ କାଳୀନ ତାପମାତ୍ରା ରେ ହ୍ରାସ ପାଇବ ବୋଲି କୁହାଯାଇଛି | ଆସନ୍ତା ଜୁନ୍ରେ ସାରା ଦେଶରେ ୧୬୬.୯ ମିମିରୁ ଅଧିକ ବର୍ଷା ହେବ ଯାହାକି ଦୀର୍ଘ ଅବଧି ହାରଠାରୁ ୧୦୮% ଅଧିକ । ତେବେ ଜୁନ ମାସ ରେ ଦେଶର ପୂର୍ବ ଅଂଚଳରେ ଏବଂ ରାଜ୍ୟରେ ସ୍ୱାଭାବିକ ମାତ୍ରା ରୁ ଅଧିକ ବୃଷ୍ଟିପାତ ହେବ ବୋଲି ଆକଳନ କରାଯାଇଛି |
0 Comments