ପବିତ୍ର ସାବିତ୍ରୀ ବ୍ରତର ଶୁଭକାମନା


 ସାବିତ୍ରୀ ବ୍ରତ କିମ୍ବା ସାବିତ୍ରୀ ଅମାବାସ୍ୟା ଓଡ଼ିଶାରେ ଘରେ ଘରେ ପରିଚିତ | ଆଜିର ଦିନରେ ସ୍ତ୍ରୀ ନିଜ ସ୍ୱାମୀ ପାଇଁ ଉପବାସ କରି ସ୍ୱାମୀ ର ଦୀର୍ଘ  ଆୟୁ ର  କାମନା କରିଥାଏ |ଏହି ଓଷା କେବଳ ଓଡ଼ିଶାରେ ନୁହେଁ ବରଂ ଛତିଶଗଡ଼ , ପଣ୍ଡିଚେରୀ ଏବଂ ମୈଥିଳି ଅଂଚଳ ରେ ମଧ୍ୟ କରାଯାଏ | ତେବେ ସାବିତ୍ରୀ ବ୍ରତ ପାଳନ କରାଯାଏ କାହିଁକି ? ଏହା ପଛରେ ରହିଛି ଏକ ଇତିହାସ |ମଦ୍ର ର ରାଜକୁମାରୀ ସାବିତ୍ରୀ ରାଜା ଅଶ୍ଵପତି ଙ୍କ ଝିଅ | ଦିନେ ରାଜା ତାଙ୍କ ଝିଅ କୁ କହିଲେ ନିଜ ପାଇଁ ଏକ ସ୍ୱାମୀ ଖୋଜି ନିଅ ଏବଂ ସାବିତ୍ରୀ ଜଙ୍ଗଲରେ ଚାଲୁ ଚାଲୁ ଏକ ଦିବ୍ୟମାନ ପୁରୁଷ କୁ ଗଛ କାଟୁଥିବାର ଦେଖିଲେ | ତାଙ୍କ ପାଖକୁ ଯାଇ ପଚାରିବାରୁ ସେ ନିଜ ନା ସତ୍ୟବାନ ବୋଲି କହିଲେ | ଅଧିକ କଥାବାର୍ତା ରେ ସେ ଏହା ମଧ୍ୟ ଜାଣିବାକୁ ପାଇଲେ ଯେ ତାଙ୍କ ବାପା ଦିନେ ରାଜା ଥିଲେ ହେଲେ ଏବେ ଜଙ୍ଗଲରେ ନିଜର ଜୀବନଯାପନ କରୁଛନ୍ତି |ସାବିତ୍ରୀ ତାଙ୍କୁ ହିଁ ବାହା ହେବା ପାଇଁ ସ୍ଥିର କଲେ ହେଲେ ନାରଦ ମୁନି ତାଙ୍କୁ ପୂର୍ବରୁ ସଚେତନ କରିଦେଲେ ଯେ ସତ୍ୟବାନ ଙ୍କ ଆୟୁଷ କେବଳ ଏକ ବର୍ଷ ପାଇଁ ଅଛି | ତା ସତ୍ୱେ ମଧ୍ୟ ସାବିତ୍ରୀ ଏବଂ ସତ୍ୟବାନ ବିବାହ ବନ୍ଧନରେ ବାନ୍ଧି ହେଲେ |ତାଙ୍କ ବିବାହ କୁ ଏକ ବର୍ଷ ପାଖାପାଖି ଆସିବା ବେଳକୁ ସାବିତ୍ରୀ  ଙ୍କୁ  ସତ୍ୟବାନ  ଅକାଳ ବିୟୋଗର  ଚିନ୍ତା ଘାରିଲା | ଦିନେ ଜଙ୍ଗଲରେ ଗଛ କାଟୁଥିବା ବେଳେ ସତ୍ୟବାନ ହଠାତ ଅଚେତ ହୋଇପଡିଲେ | ସେହି ସମୟରେ ଧର୍ମ ରାଜ ଯମ ଆସି ତାଙ୍କ ପ୍ରାଣ ନେବାକୁ ଲାଗିଲେ | ମାତ୍ର ସାବିତ୍ରୀ ଯମ ଙ୍କ ପଛେ ପଛେ ନିଜ ସ୍ୱାମୀ ଙ୍କୁ ପାଇବା ପାଇଁ ବହୁ ପ୍ରୟତ୍ନ କଲେ | ଯମ ସ୍ୱାମୀ ଙ୍କ ପ୍ରାଣ ଛଡା ଯାହା ବର ମାଗିବ ତାହା ମୁ ଦେବାକୁ ପ୍ରସ୍ତୁତ କହିବା ପରେ ସାବିତ୍ରୀ ଗୋଟେ ଗୋଟେ କରି ବର ମାଗିଲେ | ଶେଷରେ ପୁତ୍ର ସନ୍ତାନ ପ୍ରାପ୍ତି ର ବର ମାଗିବା ପରେ ଯମ ତଥାସ୍ତୁ କହି ସତ୍ୟବାନ ଙ୍କ ଜୀବନ ଯମ ଦଣ୍ଡ ରେ ବାନ୍ଧି ନେଉଥିଲେ | ସେହି ସମୟରେ ସାବିତ୍ରୀ କହିଲେ ବିନା ସ୍ୱାମୀ ର ପୁତ୍ର ସନ୍ତାନ କିପରି ପ୍ରାପ୍ତ ହେବ ପ୍ରଭୁ | ଏବଂ ସେହି କ୍ଷଣି ସାବିତ୍ରୀ ଙ୍କ ଚତୁରତା ଏବଂ ତାଙ୍କ ସ୍ୱାମୀ ପ୍ରତି ଥିବା ଅଗାଧ ପ୍ରେମ ରୁ ସନ୍ତୁଷ୍ଟ ହୋଇ ସାବିତ୍ରୀ ଙ୍କୁ ତାଙ୍କ ସତ୍ୟବାନ ଙ୍କ ପ୍ରାଣ ଫେରାଇ ଦେଲେ | ସେହି ଦିନ ଠାରୁ ଓଡିଶା ରେ ସାବିତ୍ରୀ ବ୍ରତ ପାଳନ ହୋଇ ଆସୁଛି |

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done