କୋଇଲା ମାଲବାହୀ ରେଳରେ ନିଆଁ ଲାଗି ବ୍ୟାପକ କ୍ଷତି


 କୋଇଲା ମାଲବାହୀ ରେଳରେ ନିଆଁ ଲାଗି ବ୍ୟାପକ କ୍ଷତି

ବିଓସିଏମ ଖଣିରୁ ରାୟପୁର ଏନଟିପିସି କମ୍ପାନୀକୁ ମାଲବାହୀ ରେଳ ଯୋଗେ କୋଇଲା ପରିବହନ ହେଉଥିଲା। ବେଲପାହାଡ଼ ଅଟକ ଛକ ନିକଟରେ ସେହି ରେଳରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି। 

          ସୂଚନାରୁ ଅନୁସାରେ, ଗତ କାଲି ରାତିରେ ଲଖନପୁର ଖଣି କ୍ଷେତ୍ରର ବିଓସିଏମ ଖଣିରୁ ରାୟପୁର ଏନଟିପିସି କମ୍ପାନୀ ଅଭିମୁଖେ ମାଲବାହୀ ରେଳ ଯୋଗେ କୋଇଲା ପରିବହନ ହେଉଥିଲା। ରାତି ପ୍ରାୟ ୯ ଟାରେ ବେଲପାହାଡ଼ ଅଟଳ ଛକ ନିକଟରେ ସେହି କୋଇଲା ବୋଝେଇ ମାଲବାହୀ ରେଳର ଦୁଇଟି ବଗିରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି। ଖବର ପାଇ ଲଖନପୁର ଅଗ୍ନିଶମ ବିଭାଗର ଦମକଳ ଗାଡ଼ି ଯୋଗେ ଦୀର୍ଘ ସମୟ ସଂଘର୍ଷ ପରେ ନିଆଁକୁ ଆୟତ୍ତ କରାଯାଇଥିଲା।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done