ଲଖନପୁର ବ୍ଲକ ଟେଙ୍ଗନାମାଲ ଗ୍ରାମର ସିପାହୀ ଦେବରାଜ ଗଣ୍ଡ ଙ୍କ ଶିଶୁକନ୍ୟାର ସାସ୍ଥ୍ୟବସ୍ଥା ବୁଝିଲେ ବିଧାୟକ ଟଙ୍କଧର ତ୍ରିପାଠୀ।
ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଆଜି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇ ଏସଏନସିୟୁରେ ଚିକିତ୍ସାଧୀନ ଥିବା ଶିଶୁକନ୍ୟାର ସାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ଶିଶୁକନ୍ୟାର ଚିକିତ୍ସା କରୁଥିବା ଡାକ୍ତର ଶିଶୁର ସାସ୍ଥ୍ୟବସ୍ଥା ଠିକ ଥିବା ସହ ସୋମବାର ଡିସଚାର୍ଜ କରାଯିବ ବୋଲି ଜଣାଇଥିଲେ । ତେବେ ବିଧାୟକ ଶିଶୁକନ୍ୟାର ଶୀଘ୍ର ଆରୋଗ୍ୟକାମନା କରିଛନ୍ତି । ଏଠାରେ ସୁଚନା ଥାଉକି ଲଖନପୁର ବ୍ଳକ ମଚିଦା ପଞ୍ଚାୟତ ଟେଙ୍ଗନାମାଲ ଗ୍ରାମର ସିପାହୀ ଦେବରାଜ ଗଣ୍ଡ ଚିକିତ୍ସାଧୀନ ଅବସ୍ଥାରେ ନିଜ ସ୍ତ୍ରୀ ଓ ଶିଶୁକନ୍ୟାକୁ ଛାଡ଼ି ଦେଶମାତୃକା ରକ୍ଷା ପାଇଁ ସୀମାକୁ ଯାଇଥିଲେ। ତେବେ କିଛିଦିନ ପୂର୍ବରୁ ଚିକିତ୍ସାଧୀନ ଅବସ୍ଥାରେ ଦେବରାଜଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା ।
0 Comments