ଆଜି ଝାରସୁଗୁଡ଼ା ର ବହୁ ପ୍ରତିକ୍ଷିତ ଦାବି ପୂରଣ ହୋଇଛି।ଝାରସୁଗୁଡ଼ା ଓ ଏମ ପି ଛକ ରୁ ଝାରସୁଗୁଡ଼ା ବନ୍ଧରପଡ଼ା ଛକ ପର୍ଯ୍ୟନ୍ତ ରାସ୍ତା ର ଶିଳାନ୍ୟାସ କରିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ।ପାଖାପାଖି 32 କୋଟି ଟଙ୍କା ରେ ନିର୍ମିତ ହେବାକୁ ଥିବା ଏହି ରାସ୍ତା ଆଜି ଶିଳାନ୍ୟାସ କରିବା ସହ ସମୟ ସୀମା ମଧ୍ୟରେ ରାସ୍ତା କାମ ସାରିବାକୁ ପୂର୍ତ୍ତ ବିଭାଗ କୁ ନିର୍ଦ୍ଦେଶ ଦେଇଛନ୍ତି।ଆଜି ଝାରସୁଗୁଡ଼ା ଓ ଏମ ପି ନିକଟରେ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଝାରସୁଗୁଡ଼ା ବିଧାୟକ କହିଛନ୍ତି ଯେ ଏ ଅଞ୍ଚଳ ରେ ଲୋକଙ୍କ ଦୀର୍ଘ ଦିନରୁ ଯାହା ଦାବି ଥିଲା ଲୋକଙ୍କ ଦ୍ଵାରା ହୋଇଥିବା ସରକାର ଦ୍ବାରା ଆଜି ତାହା ପୂରଣ ହୋଇଛି। ଓ ଏମ ପି ଠାରୁ ବନ୍ଧରପଡ଼ା ପର୍ଯ୍ୟନ୍ତ ଏହି ରାସ୍ତା ଆଜି ଶିଳାନ୍ୟାସ ହୋଇଛି।ଏହି ରୋଡ଼ କୁ ସେଣ୍ଟ୍ରାଲ ରୋଡ଼ ଇନଷ୍ଟିଚ୍ୟୁଟ ରିସର୍ଚ୍ଚ ଅଫ ଇଣ୍ଡିଆ ଏହାକୁ ଡିଜାଇନ୍ ପ୍ରସ୍ତୁତ କରିଛନ୍ତି।ବଡ ଗାଡ଼ି ଗଲେ ବି ଏହି ରାସ୍ତା କେବେ ଖରାପ ହେବ ନାହିଁ ସେଥିପାଇଁ ଏହାର ଡିଜାଇନ୍ ହୋଇକି ଟେଣ୍ଡର ହୋଇଛି।ଅତିଶିଘ୍ର ଏହି ରୋଡ଼ ସମ୍ପୂର୍ଣ ହେବ। ଏ ଅଞ୍ଚଳ ର ଦାବି ପୁରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି,ପୂର୍ତ୍ତ ବିଭାଗ ର ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକ ଟଙ୍କଧର ତ୍ରିପାଠୀ।ତାହା ସହିତ ଏହି ରୋଡ଼ ସମୟ ସୀମା ମଧ୍ୟରେ ସରିବ ସହିତ ଉଚ୍ଚ ମାନର ରାସ୍ତା ହେବ ବୋଲି କହିଛନ୍ତି।ତାହା ସହିତ ପୂର୍ବ ସରକାର କୁ ଟାର୍ଗେଟ କରିଛନ୍ତି ଝାରସୁଗୁଡ଼ା ବିଧାୟକ।ସେ କହିଛନ୍ତି ପୂର୍ବରୁ କେମିତି ରାସ୍ତା ତିଆରି କରାଯାଇଥିଲା ତାହା ଲୋକେ ଦେଖିଛନ୍ତି।ଯେଉଁ ଦିନ ରାସ୍ତା ଖୋଲା ଗଲା ଦୁଇ ଦିନ ମଧ୍ୟରେ ରାସ୍ତା ସମ୍ପୂର୍ଣ ରୂପରେ ଧସିଗଲ।ସେ ସମୟ ରେ ଯେଉଁମାନେ ନେତୃତ୍ୱ ନେଉଥିଲେ ସେମାନେ ଆଜି ଜବାବ ରଖିବାର ଆବଶ୍ୟକତା ରହିଛି।ନୂତନ ନିର୍ମାଣ ର କଥା କହୁଥିଲେ ସେମାନେ କିପରି ରାସ୍ତା ନିର୍ମାଣ କରିଥିଲେ ତାହା ଲୋକେ ଦେଖିଛନ୍ତି।ଏବେ କିପରି ରୋଡ଼ ନିର୍ମାଣ ହେବ ତାହା ମଧ୍ୟ ଲୋକେ ଦେଖିବେ ବୋଲି କହିବା ସହ କୋଟି କୋଟି ଟଙ୍କା ରାସ୍ତା ନିର୍ମାଣ ରେ ଖର୍ଚ୍ଚ ହୋଇଥିବା ବେଳେ ତାହା ତଦନ୍ତ ସାପେକ୍ଷ ବୋଲି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି।ଆଜିର ଏହି ସଭା ରେ ଝାରସୁଗୁଡ଼ା ଜିଲ୍ଲାପାଳ ଆଵୋଲି ସୁନିଲ ନରୱନେ,ସହିତ ପୂର୍ତ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।
0 Comments