ଝାରସୁଗୁଡ଼ା ଜିଲ୍ଲା ୫୫୦ କିସାନ ଜାତି ସମ୍ମିଳନୀ ଅନୁଷ୍ଠିତ


 --- ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ଜାମମାଲ ଠାରେ ରାଜ୍ୟ ସ୍ତରୀୟ ୫୫୦ କିସାନ ଜାତି ସମାଜ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜାମମାଲ ଆଞ୍ଚଳିକ ଗୁଡ଼ି ସଭାପତି ପବିତ୍ର ମୋହନ ବୁଦୂଲା ଙ୍କ ଅଧ୍ୟକ୍ଷତା ଓ ଉମାଶଙ୍କର ପ୍ରଧାନ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ମିଳନୀ ରେ ରାଉଲକେଲା ର ଆତ୍ମଘୋଷିତ ସଭାପତି ମୋହନଲାଲ୍ କିସାନ ଙ୍କୁ ଜୋରଦାର ଭର୍ସନା କରାଯିବା ସହ ସରକାରୀ ଅନୁମୋଦିତ ନ ଥିବା ୨୦୧୨ ନିୟମାବଳି  ଏବଂ ବିବାହରେ ପ୍ରଚଳିତ ଏନଓସି କୁ ସମ୍ପୂର୍ଣ୍ଣ ବର୍ଜନ ଘୋଷଣା କରାଯାଇଥିଲା ।ଏଥି ସହ ରାଜ୍ୟରେ କିସାନ ଜାତି ସମାଜକୁ ବିଭାଜନ କରି ବିଶୃଙ୍ଖଳା ସୃଷ୍ଟି କରୁଥିବା ଷଡ଼ଯନ୍ତ୍ରକରି ଙ୍କ ବିରୁଦ୍ଧରେ ଦୃଢ଼  କାର୍ଯ୍ୟାନୁଷ୍ଠାନ ସହ ମାନବଧିକାର କମିଶନ ପାଖରେ ରିପୋର୍ଟ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।ସମ୍ମିଳନୀ ରେ ଓଡ଼ିଶାରେ କେବଳ କୁଚିଣ୍ଡା ମହାଗୁଡି ୫୫୦ କିସାନ ଜାତି ସମାଜ ସରକାରୀ ପଞ୍ଜୀକୃତ ଲାଭ କରିଥିବା ବେଳେ ଅନ୍ୟ ଜିଲ୍ଲା ରେ ଏହାର ଅପବ୍ୟବହାର କୁ ଘୋର ନିନ୍ଦା କରାଯାଇଥିଲା ।ପୂର୍ବ ପ୍ରଚଳିତ ଗଡ଼ଜାତ ଜୟପୁର ଷ୍ଟେଟ ଓ ଖାଲସା ଅଧିନସ୍ଥ ଅଞ୍ଚଳରେ କେବଳ ୫୫୦ ସଂଖ୍ୟା ଶବ୍ଦ କୁ ବ୍ୟବହାର ପାଇଁ ଅନୁମତି ଥିବାବେଳେ ସୁନ୍ଦରଗଡ଼ ଜିଲ୍ଲା ରେ ଏହାର ଅପବ୍ୟବହାର କରି ୫୫୦,୯୯୦ ନାଗରା ନାମରେ ସାମାଜିକ ବିଶୃଙ୍ଖଳା ସୃଷ୍ଟି କରାଯାଉଥିବାରୁ ଏହା ବିରୁଦ୍ଧରେ ଅତିଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଲୋଚନା ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।ରାଜ୍ୟ କୁଣହାଁ କିସାନ ସମାଜ ସଭାପତି ସୁନାସିର କିସାନ,୫୫୦ କିସାନ ଜାତି ସମାଜ କୁଚିଣ୍ଡା ମହାଗୁଡି ସଭାପତି ଧରଣୀଧର ପିଙ୍ଗ,ପୂର୍ବତନ ଏସଡିସି ଅଧ୍ୟକ୍ଷ ଶୋଭାରାମ ପ୍ରଧାନ,ରାଜ୍ୟ ସ୍ତରୀୟ କିସାନ ସମାଜ ସଂଯୋଜକ ରାମଚନ୍ଦ୍ର ମାଝୀ,କୁଚିଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭୁବନେଶ୍ୱର କିସାନ,ରାଜ୍ୟ ସ୍ତରୀୟ ସମ୍ପାଦକ ମହେନ୍ଦ୍ର ବାଗ,ଅବସରପ୍ରାପ୍ତ ପ୍ରଶାସକ ମକୁନ୍ଦ କିସାନ୍ ,ସମାଜ ର ବୟୋଜ୍ୟେଷ୍ଠ ଖତୁ ପିଙ୍ଗ, ଭଗବାନ ବାଗ,ସବିତା କିସାନ,

ସୁମତି ବାଗ ପ୍ରମୁଖ ଯୋଗଦେଇ କୁଣହାଁ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ କିସାନ,ମିର୍ଦ୍ଧା, କୋଡ଼ା ଓ ମାଟିଆ ସମାଜ କୁ ଏକତ୍ରିତ ଭାବେ ସଂଗଠିତ କରି ଶିକ୍ଷିତ ଓ ସମୃଦ୍ଧଶୀଳ ସମାଜ ଗଠନ କରିବାକୁ ଉଦବୋଧନ ଦେଇଥିଲେ ।ଏହି ଅବସରରେ ସମ୍ମିଳନୀରେ ଝାରସୁଗୁଡ଼ା ଜିଲ୍ଲା ନୂତନ କମିଟି ଗଠନ କରାଯାଇ ପବିତ୍ରମୋହନ ବୁଦଲା ଙ୍କୁ ଜିଲ୍ଲା ସଭାପତି ଏବଂ  ପ୍ରଦୀପ ବାଗ ଙ୍କୁ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା ।ଏହି ସଭାକୁ ମିତ୍ରଭାନୁ ବୁଦୂଲା,ଅନାଦି ବୁଦୂଲା ପ୍ରମୁଖ ପରିଚାଳନା କରିଥିଲେ ।ଏହି ସଭାରେ ଜାମମାଲ,ରାଉତବାହାଲ, ଭାତଲଇଡ଼ା,ରେଙ୍ଗାଲବେଡା, କେନ୍ଦୁଡ଼ିହି, ଚନ୍ଦ୍ରପୂର୍,ତୁମ୍ବାଡ଼ିହି,ଭିମଯୋର୍,କର୍ଲା , ପରମାନପୁର ଇତ୍ୟାଦି ଗୁଡ଼ି ଅଞ୍ଚଳ ରୁ ସହସ୍ରାଧିକ ଲୋକ ଲୋକ ଯୋଗଦାନ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done