ବାଂଲାଦେଶୀଙ୍କ ହଟ୍ସ୍ପଟ୍ ପାଲଟିଛି ତଟବର୍ତ୍ତୀ ୬ ଟି ଜିଲ୍ଲା । ଓଡ଼ିଶାରୁ ବିଦା କରିବାକୁ ଆରମ୍ଭ ହୋଇଛି ଚିହ୍ନଟ ପ୍ରକ୍ରିୟା । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଏହି ୬ ଜିଲ୍ଲାରେ ଚାଲିଛି ବେଆଇନ୍ ବାଙ୍ଗଲାଦେଶୀ ଚିହ୍ନଟ ପ୍ରକ୍ରିୟା ।
ରାଜ୍ୟରୁ ଖୁବ୍ ଶୀଘ୍ର ବିଦା ହେବେ ବେଆଇନ୍ ବଙ୍ଗଳାଦେଶୀ ନାଗରିକ I ଏନେଇ ଚିହ୍ନଟ ପ୍ରକ୍ରିୟା ଚାଲିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ନେଇଛି ଏସଟିଏଫ୍ । ବାଙ୍ଗଲାଦେଶୀଙ୍କୁ ଚିହ୍ନଟ ପାଇଁ ସମସ୍ତ ଜିଲ୍ଲା ଅଧିକାରୀ, ତଟ ସୁରକ୍ଷା ବାହିନୀ ସହ ସବୁ ଏଜେନ୍ସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ଆଇନ୍ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବାଙ୍ଗଲାଦେଶୀ ମାନେ ଓଡ଼ିଶାରୁ ବିଦା ହେବେ ବୋଲି ଆଇନମନ୍ତ୍ରୀ କହିଛନ୍ତି । କୌଣସି ଅଣ ନାଗରିକ ଓଡ଼ିଶାରେ ରହିପାରିବେ ନାହିଁ । ବାଙ୍ଗଲାଦେଶୀ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଇଞ୍ଜିନିୟରିଂ ବିଭାଗ ଗୁଡ଼ିକ ସହ ଏନେଇ ଆଲୋଚନା ମଧ୍ୟ ହୋଇଛି । ବିଭିନ୍ନ ଏଜେନ୍ସିରେ ରହି ବାଙ୍ଗଲାଦେଶୀ କାମ କରୁଛନ୍ତି । ସେମାନଙ୍କୁ ଚିହ୍ନଟ କରାଯିବ । ଏବଂ ସେମାନଙ୍କୁ ଓଡ଼ିଶାରୁ ବିତାଡିତ କରାଯିବା ନେଇ ରାଜ୍ୟ ସରକାର ଚେଷ୍ଟାରତ ଅଛନ୍ତି ।
0 Comments