୨୩ ଜୁନ୍ ରେ ହେବ ଝାରସୁଗୁଡାର ଗୋଟିଏ ପଞ୍ଚାୟତ ଓ ୯ଟି ୱାର୍ଡରେ ପଞ୍ଚାୟତ ସ୍ତରୀୟ ଉପନିର୍ବାଚନ


 ରାଜ୍ୟରେ  ଉପନିର୍ବାଚନ ପାଇଁ ଜାରି  ହେଲା ବିଜ୍ଞପ୍ତି | ଜୁନ 23 ତାରିଖରେ ହେବ ପଂଚାୟତ ଉପନିର୍ବାଚନ|ରାଜ୍ୟରେ 43 ସରପଂଚ ଏବଂ 272 ୱାର୍ଡ ସଭ୍ୟ ପାଇଁ  ଜୁନ 23 ତାରିଖରେ ପଂଚାୟତ ଉପନିର୍ବାଚନ ହେବାକୁ ଯାଉଛି | ପ୍ରାର୍ଥୀ ମାନେ 27,28,29,30 ଏବଂ 31 ଦିନ 11 ରୁ 3ଟା ପର୍ଯ୍ୟନ୍ତ  ପଂଚାୟତ ଅଫିସ ରେ ନାମାଙ୍କନ ପତ୍ର ଦାଖଲ କରି ପାରିବେ | ଜୁନ 2 ରେ  ନାମାଙ୍କନ ପତ୍ର ଯାଞ୍ଚ ପରେ ଯୋଗ୍ୟ ପ୍ରାଥୀ ଙ୍କ ର ତାଲିକା ପଂଚାୟତ ଅଫିସ ଦ୍ୱାରା ପ୍ରକାଶ କରାଜିବ| ତେବେ ଜୁନ 4 ପର୍ଯ୍ୟନ୍ତ ନାମାଙ୍କନ  ପ୍ରତ୍ୟାହାର ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଛି | ଏହା ସହିତ ଝାରସୁଗୁଡାର  କୋଲାବିରା ବ୍ଲକ ଅନ୍ତର୍ଗତ ସମାସୀଙ୍ଘା ରେ ସରପଞ୍ଚ ଉପନିର୍ବାଚନ ହେବ ଏବଂ ଲଇକେରା, କୋଲାବିରା, କିର୍ମିରା, ଝାରସୁଗୁଡା, ଓ ଲଖନପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ ର ୯ ୱାର୍ଡ଼ ରେ ହେବ ଉପନିର୍ବାଚନ ହେବ ବୋଲି ନିର୍ଦ୍ଧିଷ୍ଟ ବ୍ଲକ ଅଫିସ ପକ୍ଷରୁ ବିଜ୍ଞପ୍ତି ବାହାର କରାଯାଇଛି | ତେବେ ଜୁନ ୨୩ ରେ ଉପନିର୍ବାଚନ ହୋଇ ଜୁନ ୨୫ ରେ ଫଳାଫଳ ପ୍ରକାଶ ପାଇବ ବୋଲି ବିଜ୍ଞପ୍ତି ରେ ଉଲ୍ଲେଖ କରାଯାଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done