କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରୁ ପତ୍ନୀଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ସାମିଲ ହେଲେ ଯବାନ


 ‘ଅପରେସନ ସିନ୍ଦୂର’ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୀମାରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିବା ସମୟରେ ଜଣେ ଯବାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ କାରଣରୁ ଧର୍ମପତ୍ନୀଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ସାମିଲ ହୋଇପାରିଛନ୍ତି । ଏପରି ଘଟଣାଟି ଘଟିଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକରେ । 

ଘଟଣାଟି ଏହିପରି, ଟେଙ୍ଗନାମାଲ ଗ୍ରାମ ନିବାସୀ ଦେବରାଜ ଗଣ୍ଡ ସଶସ୍ତ୍ର ସୀମା ବଳ (ଏସଏସବି) ରେ କାର୍ଯ୍ୟରତ । ତାଙ୍କ ପତ୍ନୀ ଲିପି ଗର୍ଭବତୀ ଥିବାରୁ ସେ ଚିକିତ୍ସା ପାଇଁ ଘରକୁ ଛୁଟିରେ ଆସିଥିଲେ । ଗତ ଏପ୍ରିଲ ୨୮ ତାରିଖରେ ଦେବରାଜଙ୍କ ପତ୍ନୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ତେବେ ଶିଶୁକନ୍ୟା ଜନ୍ମ ହେବାର କିଛି ସମୟ ପରେ ଲିପିଙ୍କର ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବାକୁ ଲାଗିଲା । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତରମାନେ ତୁରନ୍ତ ତାଙ୍କୁ ବୁର୍ଲା ମେଡିକାଲ କଲେଜକୁ ନେବା ପାଇଁ କହିଥିଲେ, ଯେଉଁ ଠାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। 

ସେହି ସମୟରେ ଅପରେସନ ସିନ୍ଦୂର ପାଇଁ ଛୁଟିରେ ଆସିଥିବା ଯବାନମାନଙ୍କୁ ଡ୍ୟୁଟିରେ ଯୋଗ ଦେବା ପାଇଁ ଖବର ଆସିଥିଲା । ଏହି କଷ୍ଟ ସମୟରେ ଯେତେବେଳେ ଦେବରାଜ ତାଙ୍କ ପତ୍ନୀଙ୍କୁ ନେଇ ଚିନ୍ତାଗ୍ରସ୍ତ ଥିଲେ, ସେ ରାଷ୍ଟ୍ରସେବାକୁ ସର୍ବୋଚ୍ଚ ମନେକରିଥିଲେ ।  ତାଙ୍କ ପତ୍ନୀ ଏବଂ ନବଜାତ ଶିଶୁକନ୍ୟାକୁ ହସ୍ପିଟାଲରେ ଛାଡି ଡ୍ୟୁଟିରେ ଯାଇଥିଲେ । ତେବେ ସେଠାରେ ସେ ପହଞ୍ଚିବା ପରେ ତାଙ୍କର ଅସୁସ୍ଥ ପତ୍ନୀ ଚିକିତ୍ସାଧୀନ ସମୟରେ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ।

ଏହି ଘଟଣା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ ହେବା ପରେ ସେ ଦେବରାଜଙ୍କ ସହ କଥା ହୋଇଥିଲେ । ଏସଏସବିର ଉଚ୍ଚ ପଦାଧିକାରୀ ଏବଂ ଝାରସୁଗୁଡା ଜିଲ୍ଲା ପ୍ରଶାସନ ସହ କଥା ହୋଇ ଗାଁକୁ ଦେବରାଜଙ୍କ ଆସିବା ନେଇ ସବୁପ୍ରକାର ବ୍ୟବସ୍ଥା କରାଇଥିଲେ ।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଦେବରାଜ ଆଜି ଘରକୁ ଫେରିଛନ୍ତି ଏବଂ ପତ୍ନୀଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ସାମି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done