ସିବିଏସଇ ଦ୍ବାଦଶ ଓ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଡିଏଭି ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ସାଙ୍ଗକୁ ଉଲ୍ଲେଖନୀୟ ସଫଳତା


 ପ୍ରତି ବର୍ଷ ଭଳି ଶିକ୍ଷାବର୍ଷ ୨୦୨୪-୨୫ ସିବିଏସଇ ଦ୍ବାଦଶ ଓ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଡିଏଭି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ଶହ ପ୍ରତିଶତ ସାଙ୍ଗକୁ ଉଲ୍ଲେଖନୀୟ ସଫଳତା ବିଦ୍ୟାଳୟ ପାଇଁ ନୂତନ ଗୌରବ ଆଣିଦେଇଛି । ଦ୍ବାଦଶ ବିଜ୍ଞାନରେ ୯୩ ଓ ବାଣିଜ୍ୟରେ ୫୩ ଜଣ କରି ମୋଟରେ ୧୪୬ ଜଣ ପରୀକ୍ଷା ଦେଇଥିଲେ ଓ ଶତ ପ୍ରତିଶତ ସଫଳତା ପ୍ରାପ୍ତ ହୋଇଛନ୍ତି। ବିଜ୍ଞାନରେ ଆୟୁଷ ତାଲୁକଦାର ୯୩.୨ ପ୍ରତିଶତ ସହ ଜିଲ୍ଲା ଟପ୍ପର ହୋଇଥିବା ବେଳେ ଭାବନା ପାଢ଼ୀ ୯୨.୦, ଯୁବରାଜ ଶୁକ୍ଳା ୯୧.୪, ସୈଫିୟା ନାଜ ୯୧.୨, ପି. ବିଶ୍ଵଜିତ ୯୧.୦, ଯଶରାଜ ଚୌଧୁରୀ ୯୦.୨ ଓ ଡି. ରାଜ କିଶୋରୀ ୯୦.୨ ପ୍ରତିଶତ ରଖିଛନ୍ତି। ଠିକ ସେହିପରି ଦ୍ବାଦଶ ବାଣିଜ୍ୟରେ ୫୩ ଜଣ ପରୀକ୍ଷା ଦେଇଥିଲେ ଯହିଁରୁ ଅନ୍ୟା ସକସେନା ସର୍ବୋଚ୍ଚ ୯୬.୦ ପ୍ରତିଶତ ସହିତ ଜିଲ୍ଲା ଟପ୍ପର ହୋଇଥିବା ବେଳେ ଆଦର୍ଶ ସିଙ୍ଘାନିଆ ୯୪.୪, ମୁଷ୍କାନ ଜୈନ ୯୨.୪, ଆଦର୍ଶ ଅଗ୍ରୱାଲ ୯୧.୪, ସୋନାଲି ସୁରଭି ନାଥ ୯୧.୨ ଓ ଚେଞ୍ଚୁ ଜାହ୍ନବୀ ୯୧.୨ ପ୍ରତିଶତ ନମ୍ବର ହାସଲ କରିଛନ୍ତି । 

ସେହିପରି ଦଶମ ବୋର୍ଡ଼ ପରୀକ୍ଷାରେ ମୋଟ ୧୭୨ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ପ୍ରତୀକ ଝା ସର୍ବୋଚ୍ଚ ୯୭.୮ ରଖିବା ସହିତ ଜିଲ୍ଲା ଟପ୍ପର ହୋଇଥିବା ବେଳେ ନୈତିକ ରଞ୍ଜନ ଦାଶ ୯୭.୬, ସୃଜନା ବାପୁ ପାଟିଲ ୯୭.୬, ଏମ ସାଇଶ୍ରେୟା ୯୭.୬, ଶ୍ରେୟା ମଲ୍ଲିକ ୯୭.୪, ଗୌରୀଶ ଆଶିଷ ପିଲ୍ଲାଇ ୯୭.୪,  ଅନ୍ୱେଷା ବିଶ୍ଵାଳ ୯୬.୮, ଶୁଭମ ପାଣିଗ୍ରାହୀ ୯୬.୬, ଅନମୋଲ ନନ୍ଦ ୯୬.୪, ସୌଭାଗ୍ୟ ପଣ୍ଡା ୯୫.୮, ନଦିଆ ଚାନ୍ଦ କବି ୯୫.୬, ପ୍ରତ୍ୟୁଷ ମହାନ୍ତି ୯୪.୮, କୌଶିକ ପୃଷ୍ଟି ୯୪.୬, ଜେ. ଜୀବନ ରେଡ୍ଡୀ ୯୪.୪, ପ୍ରୀୟମ ନାଏକ ୯୪.୪, ମନିଷ ବାରିକ ୯୪.୪, ସିଦ୍ଧି ମହାପାତ୍ର ୯୪.୨, ସ୍ଵୟମ ପଟେଲ ୯୪.୨, ଅଦିତି ଚୌଧୁରୀ ୯୩.୮, ପ୍ରିୟଙ୍କା ସା ୯୩.୮, ଅମୃତ ସାଇ ଦାଶ ୯୩.୮, ପ୍ରତୀକ କୁମାର ବାରିକ ୯୩.୬ ଅଂଶିକା ବଂଶଲ ୯୩.୦, ଅମିତ ରୋଶନ ପଣ୍ଡା ୯୩.୦ ଓ  ଅଂଶୁମାନ ଅଗ୍ରୱାଲ ୯୩.୦ ପ୍ରତିଶତ ନମ୍ବର ରଖିଛନ୍ତି । ଛାତ୍ରଛାତ୍ରୀଙ୍କ ବିଶେଷ ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done