ଭାରତୀୟ ଏୟାରବେସରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦୀ| ସୋସିଆଲ ମିଡ଼ିଆ "x" ରେ ଜଣାଇଲେ ପ୍ରଧାନମନ୍ତ୍ରୀ | କହିଲେ ସେଠି ବିତାଇଥିବା ଏକ ଘଣ୍ଟା ବହୁ ମୂଲ୍ୟାବାନ ଥିଲା ମୋ ପାଇଁ | ଅପରେସନ ସିନ୍ଦୁର ର ସଫଳତା ପରେ ପଞ୍ଜାବ ଜଳନ୍ଧରସ୍ଥିତ ଆଦମପୁର ଏୟାରବେସରେ ଭାରତୀୟ ନୌ ସେନାକୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | କିଛି ଦିନ ତଳେ ପାକିସ୍ତାନ ଏହି ଆଦମପୁର ଏୟାରବେସକୁ ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ ଦେଇଥିଲା ଆଉ ଆଜି ସେହି ଏୟାରବେସରେ ପ୍ରଧାନମନ୍ତ୍ରୀ ପହଂଚି ଏୟାର ଚିଫ୍ ମାର୍ଶାଲ ଏବଂ ବାୟୁ ସେନା ସୈନିକ ମାନଙ୍କ ସହ ସାକ୍ଷାତ କରି ସେମାନଙ୍କ ମନୋବଳ ବଢ଼ାଇଛନ୍ତି | ଏପ୍ରିଲ 22 ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜୀବନ ହାରିଥିବା 26 ଜଣ ଭାରତୀୟ ଙ୍କ ଭାରତୀୟ ବାୟୁ ସେନା ସଠିକ ଜବାବ ଦେଇଛି ପାକିସ୍ତାନ କୁ ବୋଲି ସେ କହିଛନ୍ତି | ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏୟାର ଚିଫ୍ ମାର୍ଶାଲ ମଧ୍ୟ ସାମିଲ୍ ଥିଲେ|
0 Comments