ଆଗାମୀ ଚାରି ଦିନ ହେବ ପ୍ରଚଣ୍ଡ ତାତି। ଗ୍ରୀଷ୍ମ ଖରା ରୁ କାଳବୈଶାଖୀ ରୁ ଯେଉଁ ଟିକକ ଶାନ୍ତି ମିଳିଥିଲା ଏବେ ପୁଣି ଖରା ରାତିରେ ସିଝିବ ରାଜ୍ୟ। ସାରା ରାଜ୍ୟରେ ତାତି ରହିବ ବେଳେ ଖାସ କରି ପଶ୍ଚିମ ଓଡ଼ିଶା ଉତ୍ତପ୍ତ ଅଗ୍ନି ପିଣ୍ଡ ପାଲଟିବ ଆଗାମୀ ଚାରି ଦିନରେ। ସମ୍ବଲପୁର ଓ ଟିଟିଲାଗଡ ରେ ପାରଦ ୪୪ ଡିଗ୍ରୀ ଛୁଇଁବା ବେଳେ ଆଗକୁ ୪୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ି ପାରିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଉପକୁଲିଆ ଆଞ୍ଚରେ ତାତି ସହ ଗୁଳୁଗୁଳି କରିବ ଲୋକଙ୍କୁ କଲବଲ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ସହିତ ଝାରସୁଗୁଡ଼ା ରେ ତାପମାତ୍ରା ଆସନ୍ତା କାଲି ୪୨ ଡିଗ୍ରୀ ପର୍ଯ୍ୟନ୍ତ ରହିପାରେ। ଏ ନେଇ ସଚେତନ ରହିବାକୁ ଏବଂ ଅତି ଆବଶ୍ୟକ ନ ଥିଲେ ଘରୁ ଖରା ବେଳେ ନ ବାହାରିବାକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।
0 Comments