ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ଉପରେ ଭାରତର ୱାଟର ଷ୍ଟ୍ରାଇକ,ବିନା ସୂଚନାରେ ଚେନାବ ନଦୀ ଉପରେ ଥିବା ଡ୍ୟାମ୍ ଗେଟ୍ ଖୋଲିଦେଲା ଭାରତ


 ଭାରତ ନାଗରିକ ଉପରେ ଆକ୍ରମଣ କରିବା ଭାରି ପଡ଼ୁଛି ପାକିସ୍ତାନକୁ  

ଏୟାର ଷ୍ଟ୍ରାଇକ୍ ପରେ ଏବେ ପାକିସ୍ତାନ ଉପରେ ୱାଟର ଷ୍ଟ୍ରାଇକ୍ କରିଛି ଭାରତ । 

ଗୋଟିଏ ପରେ ଗୋଟିଏ ଷ୍ଟ୍ରାଇକ୍ କରି ଚାଲିଛି ଭାରତ ପାକିସ୍ତାନକୁ ଶିକ୍ଷା ଦେବା ପାଇଁ ।

ବିନା କୌଣସି ସୂଚନାରେ ଚେନାବ ନଦୀ ଉପରେ ଥିବା ବାଗ୍ଲିହର୍ ଡ୍ୟାମର ସବୁ ଗେଟ୍ ଖୋଲି ଦେଲା ଭାରତ । 

ଜମ୍ମୁ କାଶ୍ମୀର ଦେଇ ଯାଇଥିବା ଚେନାବ୍ ନଦୀ ଉପରେ ଥିବା ବାଗ୍ଲିହର୍ ଡ୍ୟାମର ସମସ୍ତ ଗେଟ୍ ଖୋଲି ଦେଇଛି । ପ୍ରବଳ ବର୍ଷା ଯୋଗୁଁ ଭର୍ତ୍ତି ହୋଇଛି ହୋଇଛି ଚେନାବ୍ ନଦୀ । ଆଉ ସମସ୍ତ ଗେଟ୍ ଖୋଲା ଦିଆଯାଇଥିବା ବେଳେ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରାଯାଇଛି । କାଶ୍ମୀର ପହଲଗାମ ଠାରେ ଆତଙ୍କବାଦୀ କାଣ୍ଡ ଘଟାଇଥିବା ପରେ ପାକିସ୍ତାନ ଏବେ ଅଡ଼ୁଆ ରେ ପଡ଼ିଛି । ଭାରତ ପ୍ରଥମେ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା ଆଉ ଏବେ ବାଗ୍ଲିହର୍ ଡ୍ୟାମର ସମସ୍ତ ଗେଟ୍ ଖୋଲି ପାକିସ୍ତାନକୁ ପାନେ ଦେଇଛି । ଭାରତର ନିରୀହ ଲୋକଙ୍କ ଉପରେ ଆକ୍ରମଣ କରିବା କେତେ ଭାରି ପଡ଼ି ପାରେ ତାହା ଏବେ ପାକିସ୍ତାନର ଅବସ୍ଥା ଦେଖି ସାରା ବିଶ୍ଵ ଭଲ ଭାବରେ ଜାଣି ପାରୁଥିବ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done