ଆସନ୍ତା ୧୦ ଓ ୧୧ ତାରିଖରେ ଓଡିଶା ଗସ୍ତରେ ଆସିଥାନ୍ତେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ହେଲେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ହୋଇଛି ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡିଶା ଗସ୍ତ ସ୍ଥଗିତ ହୋଇ ଥିବା ସୁଚନା ଆସିଛି । ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିଲା ଶ୍ରୀ ଶାହଙ୍କ । ଆସନ୍ତା ୧୦ ଓ ୧୧ ତାରିଖରେ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିଥାନ୍ତେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଦୁଇ ଦିନିଆ ଗସ୍ତ ସମୟରେ ଭୁବନେଶ୍ବର ଓ ସମ୍ବଲପୁରରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ ଗୃହମନ୍ତ୍ରୀ ଶ୍ରୀ ଶାହା । ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥାନ୍ତେ କେନ୍ଦ୍ର ଗୃହମନ୍ତ୍ରୀ । ତେବେ ଶ୍ରୀ ଶାହଙ୍କ ଏହି ଗସ୍ତ ବର୍ତ୍ତମାନ ପାଇଁ ସ୍ଥଗିତ ହୋଇଥିବା ନେଇ ସମ୍ବଲପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
0 Comments