ଜୟପୁର ଷ୍ଟାଡିୟମକୁ ବୋମାରେ ଉଡ଼ାଇଦେବାକୁ ଇମେଲ୍ ଜରିଆରେ ଧମକ ମିଳିଛି ।
କୋଲକାତା ଇଡେନ୍ ଗାର୍ଡେନ୍ ପରେ ଏବେ ଜୟପୁର ଷ୍ଟାଡିୟମକୁ ଇମେଲ୍ ରେ ମିଲିଛି ଧମକ ।
ଧମକ ମିଳିବା ପରେ ଷ୍ଟାଡିୟମକୁ ଖାଲି କରାଯାଇ ଆରମ୍ଭ ହୋଇଛି ଯାଞ୍ଚ୍
ସିନ୍ଦୂର ଆତଙ୍କୀଙ୍କ ମାନେ ଏବେ ଆଇପିଏଲ ଉପରେ ନଜର କରିଛନ୍ତି । କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମକୁ ବୋମାରେ ଉଡ଼ାଇ ଦେବାର ଧମକ ମିଳିଥିଲା । ଆଉ ଏବେ ଜୟପୁର ଷ୍ଟାଡିୟମକୁ ମିଳିଛି ବୋମା ରେ ଉଡେଇ ଦେବାର ଧମକ । ଆଉ ଏହି ଧମକ ଇମେଲ୍ ଜରିଆରେ ହିଁ ମିଳିଛି । ଧମକ ମିଳିବା ପରେ ତୁରନ୍ତ ଷ୍ଟାଡିୟମ୍ ରୁ କର୍ମଚାରୀଙ୍କୁ ବାହାର କରି ଷ୍ଟାଡିୟମ ଖାଲି କରାଯାଇଥିଲା ଏବଂ ଯାଞ୍ଚ୍ ଆରମ୍ଭ ହୋଇଥିଲା । ଏହି ମେଲ୍ ପାକିସ୍ତାନ ଜେକେ ୱେବ୍ ନାଁରେ ଆସିଥିଲା । ଆଉ ଏହି ମେଲ୍ ରେ ଲେଖା ଅଛି ଯେ, ଅପରେସନ ସିନ୍ଦୂରର ସଫଳତା ପାଇଁ ଆମେ ତୁମ ଷ୍ଟାଡିୟମରେ ବମ୍ ବିସ୍ଫୋରଣ କରିବୁ । ଯଦି ହୋଇପାରିବ ସମସ୍ତଙ୍କୁ ବଞ୍ଚାଅ । ଏହି ଧମକ ସେତେବେଳେ ମିଳିଥିଲା ଯେତେବେଳେ ଅପରେସନ ସିନ୍ଦୂର ପରେ ରାଜସ୍ଥାନକୁ ହାଇ ଆଲର୍ଟରେ ରଖାଯାଇଥିଲା । ଇଡେନ୍ ଗାର୍ଡେନରେ କୋଲକାତା ବନାମ ଚେନ୍ନାଇ ଆଇପିଏଲ୍ ମ୍ୟାଚ୍ ବେଳେ ବୋମା ବିସ୍ଫୋରଣ ଖବରକୁ ନେଇ ମଧ୍ୟ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ମ୍ୟାଚ୍ ବେଳେ ବୋମା ବିସ୍ପୋରଣ ନେଇ ଇ-ମେଲ୍ ମିଳିବା ପରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ଖୋଳତାଡ଼ ଆରମ୍ଭ ହୋଇଥିଲା । ବେଙ୍ଗଲ କ୍ରିକେଟ ଆସୋସିଏସନ କୁ ଇ-ମେଲ୍ ଯୋଗେ ବୋମା ବିସ୍ଫୋରଣ ଖବର ମିଳିବା ପରେ ହଲଚଲ୍ ସୃଷ୍ଟି ହୋଇଥିଲା । ମେଲ୍ ପଠାଇଥିବା ଅଜ୍ଞାତ ବ୍ୟକ୍ତିଙ୍କ ଠାବ ପାଇଁ ପୋଲିସ ତଦନ୍ତ ଜାରି ରଖିଛି । ତେବେ ଜୟପୁର ଷ୍ଟାଡିୟମ୍ ରେ ବୋମା ଆକ୍ରମଣର ମେଲ୍ ପାଇବା ପରେ ବମ୍ ସ୍କ୍ୱାର୍ଡ , ଡଗ୍ ସ୍କ୍ୱାର୍ଡ, ଆଣ୍ଟି ଟେରୋରିଷ୍ଟ ସ୍କ୍ୱାର୍ଡ ଘଟଣା ସ୍ଥଳରେ ପହଞ୍ଚି ଷ୍ଟାଡିୟମର ଯାଞ୍ଚ କରିଛନ୍ତି । ସ୍ଥାନୀୟ ପୋଲିସ ବି ଘଟଣାସ୍ଥଳରେ ପହଞ୍ଚି ବାହାର ସ୍ଥିତି ଉପରେ ନଜର ରଖିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛନ୍ତି ।
0 Comments