ଉରୀ ରେ ପାକିସ୍ତାନ ପଟୁ ପୁଣି ଆକ୍ରମଣ


 ଭାରତ ପାକିସ୍ତାନ ମଧ୍ଯ ପୁଣି ଗୁଳି ମାଡ଼ ଦେଖିବାକୁ ମିଳିଛି । ଭାରତୀୟ ସେନା ଲଗାତାର ଶତ୍ରୁ ଉପରେ ଆକ୍ରମଣ କରି ଅପରେସନ୍ ସିନ୍ଦୂରକୁ ସଫଳ କରିବାରେ ଲାଗିଛି । ଏଲଓସିରେ ରାତିସାରା ଗୁଳି ବର୍ଷା ହୋଇଛି । ଲଗାତାର ଦୁଇ ଦିନ ଧରି ଆକ୍ରମଣ ହେବା ପରେ ମଧ୍ୟ ସୁଧୁରୁ ନାହିଁ ପାକିସ୍ତାନ । ଭାରତୀୟ ସେନା ପାକିସ୍ତାନର ଘରେ ପଶି ଆକ୍ରମଣ କରିବା ପରେ ମଧ୍ୟ ପାକିସ୍ଥାନ ନିଜର ରଙ୍ଗ ଦେଖାଇବା ଛାଡ଼ୁ ନାହିଁ । ଆଉ  Uri ରେ ପାକିସ୍ତାନ ପଟୁ ଗୁଳି ଚାଳନା ଆରମ୍ଭ ହୋଇଛି । ଆଉ ଭାରତୀୟ ସେନା ମଧ୍ୟ ଆରମ୍ଭ କରିଛି ପାକିସ୍ତାନ ଉପରେ ଗୁଳି ବର୍ଷା । ପାକିସ୍ତାନ ତରଫରୁ ଆରମ୍ଭ କରାଯାଇଥିବା ଯୁଦ୍ଧର ପରିଣତି ଭୋଗୁଛି ନିଜେ ପାକିସ୍ତାନ । ଭାରତୀୟ ସେନା ପାକିସ୍ତାନର ବିଭିନ୍ନ ସ୍ଥାନରେ ପଶି ଆକ୍ରମଣ କରିବା ଆରମ୍ଭ କରିଛି । ଏହି କ୍ରମରେ ଭାରତୀୟ ସେନା ଲାହୋର, ଇସଲାମାବାଦ ଭଳି ପାକିସ୍ତାନର ବଡ ବଡ ସହରରେ ପଶି ସିଧା ସଳଖ ଭାରତୀୟ ସେନା ଆକ୍ରମଣ କରିବାରେ ଲାଗିଛି । ଅନ୍ୟପଟେ ଏନେଇ ଆମେରିକା ପାକିସ୍ତାନ କୁ ପରାମର୍ଶ ମଧ୍ୟ ଦେଇଛି ଯୁଦ୍ଧ ବନ୍ଦ୍ କରି ପଛକୁ ହଟିବା ପାଇଁ । କିନ୍ତୁ ପାକିସ୍ତାନ କାହାରି କଥା ନ ମାନେ ଭାରତ ଉପରେ ପ୍ରତି ଆକ୍ରମଣ କରିବାରେ ଲାଗିଛି । ଆଉ ଯାହାର ପରିଣାମ ଏହା ହେଉଛି ଭାରତୀୟ ସେନା ପାକିସ୍ତାନର ଘରକୁ ପଶି ଅପରେସନ କରୁଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done