ଉତ୍ତର ଭାରତର ୫ ରାଜ୍ୟକୁ ହାଇଆଲର୍ଟ ଜାରି । ଜମ୍ମୁ କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ଉତ୍ତରପ୍ରଦେଶ ରେ ଏହି ଆଲର୍ଟ ଜାରି କରାଯାଇଛି ।
ଏପଟେ ଆରବ ସାଗରରେ ନୌସେନାର ଯୁଦ୍ଧାଭ୍ୟାସ ମଧ୍ୟ ଲାଗି ରହିଛି ।
ବିଭିନ୍ନ ସ୍ଥାନରେ ସେନାର ଚାଲିଛି ଜୋରଦାର ଅପରେସନ୍ ।
ପାକିସ୍ଥାନ ଆକ୍ରମଣ ଭିତରେ ସୁରକ୍ଷା ଦୃଷ୍ଟିରୁ ୫ ରାଜ୍ୟକୁ ହାଇଆଲର୍ଟ ଜାରି କରିଛି କେନ୍ଦ୍ର ସରକାର । ଉତ୍ତର ଭାରତର ୫ ରାଜ୍ୟକୁ ହାଇଆଲର୍ଟ ଜାରି କରାଯାଇଛି । ଜମ୍ମୁ କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ ପ୍ରଦେଶକୁ କେନ୍ଦ୍ର ସରକାର ଆଲର୍ଟ ଜାରି କରିଛନ୍ତି । ଚାଲିଛି ଜୋରଦାର ଅପରେସନ୍ ଏକା ସାଙ୍ଗରେ ଜଳ, ସ୍ଥଳ ଓ ଆକାଶରୁ ଶତ୍ରୁରାଷ୍ଟ୍ର ପାକିସ୍ତାନ ଉପରେ ଆକ୍ରମଣ କରିଛନ୍ତି ଭାରତୀୟ ସେନା ।ଭାରତର ଏହି ଆକ୍ରମଣରୁ ବାଦ୍ ପଡ଼ି ନାହିଁ ଇସାଲାମାବାଦ, ଲାହୋର, ରାୱଲପିଣ୍ଡି, ପେଶାୱର ସମେତ ୧୦ରୁ ଅଧିକ ସହର । ଅପରେସନ୍ ସିନ୍ଦୂର ପରେ ପାକିସ୍ତାନର ହଜିଛି ନିଦ । ଗୁରୁବାର ରାତିରେ ପାକିସ୍ତାନ ପଟୁ ଅନ୍ତର୍ଜାତୀୟ ସୀମା ନିକଟରେ ଜମ୍ମୁ କାଶ୍ମୀ କାଶ୍ମୀର, ରାଜସ୍ଥାନ ସ୍ଥାନ ଏବଂ ପଞ୍ଜାବର ଏକାଧିକ ସ୍ଥାନକୁ ଟାର୍ଗେଟ୍ କରି ବହୁସଂଖ୍ୟାରେ ରକେଟ୍, ଡ୍ରୋନ୍ ଏବଂ ଗୋଳା ବର୍ଷା କରିଥିଲା ପାକିସ୍ତାନ । ତେବେ ଭାରତ ଏହି ସମସ୍ତ ଆକ୍ରମଣକୁ ପଣ୍ଡ କରିବା ସହ ପାକିସ୍ତାନରେ ପଶି ପ୍ରଚଣ୍ଡ ଆକ୍ରମଣ କରିବା ସହ ବଡ଼ ବଡ଼ ସହରରେ ଆକ୍ରମଣ କରି ପାକିସ୍ତାନର ନକ୍ସା ବଦଳାଇ ଦେଇଛି ଭାରତୀୟ ସେନା ।
0 Comments