ବ୍ଲାକ୍ ଆଉଟ୍ ହେବ ପଞ୍ଜାବ । ଜୋରଦାର ହୋଇପାରେ ଆକ୍ରମଣ । ପଞ୍ଜାବ ଗୁରୁଦାସପୁର ଜିଲ୍ଲାରେ ହେବ ବ୍ଲାକ୍ ଆଉଟ୍ । ସେଣ୍ଟ୍ରାଲ ଜେଲ୍ ଓ ହସ୍ପିଟାଲ୍ ପାଇଁ ଲାଗୁ ହେବ ନାହିଁ ବ୍ଲାକ୍ ଆଉଟ୍ । ରାତ୍ରି ୯ ଟାରୁ ଭୋର୍ ୫ ଟା ପର୍ଯ୍ୟନ୍ତ ବ୍ଲାକ୍ ଆଉଟ୍ କରାଯିବା ନେଇ ମିଳିଛି ବଡ ସୂଚନା । ଅପ୍ରେସନ୍ ସିନ୍ଦୂର ପରେ ଯେପରି ଭାବରେ ପାକିସ୍ତାନ ର ଅବସ୍ଥା ରହିଛି ଆଉ ପ୍ରତି ଆକ୍ରମଣ ପାଇଁ ପାକିସ୍ତାନ ଯେପରି ଧମକ ଦେଇଛି ପାକିସ୍ତାନ ପକ୍ଷରୁ ପ୍ରତି ଆକ୍ରମଣ କରାଯାଇ ପାରେ ବୋଲି ଆଶଙ୍କା କରାଯାଉଛି । ଆଉ ଏଥିପାଇଁ ପଞ୍ଜାବରେ ରାତ୍ରି ୯ ଟା ରୁ ଭୋର୍ ୫ ଟା ପର୍ଯ୍ୟନ୍ତ ବ୍ଲାକ୍ ଆଉଟ୍ କରାଯିବା ନେଇ ବର୍ତ୍ତମାନ ର ବଡ ଅପଡେଟ ରହିଛି ।
0 Comments