ଝାରସୁଗୁଡା: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟିଉସନ ସାରକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ


 ଜଣେ ଟିଉସନ ସାର ଙ୍କୁ ନାବାଳିକା ଙ୍କ ଦୁଷ୍କର୍ମ ଅଭିଯୋଗ ରେ ହେଲା ସଶ୍ରମ କାରାଦଣ୍ଡ।ବଡ଼ମାଲ ଅଂଚଳରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଟିଉସନ ସାର ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ସ୍ବତନ୍ତ୍ର ପକ୍ସୋ କୋର୍ଟ, ଝାରସୁଗୁଡ଼ା ।

ସୂଚନା ଅନୁଯାୟୀ ୨୦୨୨ ମସିହାରେ ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବଡ଼ମାଲ ଅଞ୍ଚଳରେ ଜଣେ ନାବାଳିକା ଟିଉସନ ପଢ଼ିବା ପାଇଁ କିଶୋର ବାଦୀ ଟିଉସନ ସାର ଙ୍କ ପାଖକୁ ଯାଉଥିଲେ। ସେଠି ଶିକ୍ଷକ ଜଣକ ନାବାଳିକା ଛାତ୍ରୀ ଙ୍କୁ ଅଶ୍ଳୀଳ ଭିଡ଼ିଓ ଦେଖାଇ ତାଙ୍କ ସହ ଜବରଦସ୍ତି ଦୁଷ୍କର୍ମ କରିଥିଲେ। ଏ ନେଇ ନାବାଳିକା ଜଣକ ପରିବାର ଳୋକଙ୍କୁ କହିବା ପରେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ ହୋଇଥିଲା ଏବଂ କୋର୍ଟ ରେ କେସ ଆରମ୍ଭ ହେଲା। ତେବେ ଆଜି  ଅତିରିକ୍ତ ଜିଲ୍ଲା ଦୌରା ଜଜ କମ ସ୍ବତନ୍ତ୍ର କୋର୍ଟ ପକ୍ସୋ, ଝାରସୁଗୁଜା ୫୮ ଟି ଦସ୍ତାବେଜ ଏବଂ ୨୭ ଜଣଙ୍କ ସାକ୍ଷ ପ୍ରମାଣ ଗ୍ରହଣ କରି ଅଭିଯୁକ୍ତ କିଶୋର ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି। ଏହା ସହିତ ୧୦ ହଜାର ଟଙ୍କା ଫାଇନ ର ଆଦେଶ ମଧ୍ୟ ଦେଇଛନ୍ତି , ଯଦି ଫାଇନ ଟଙ୍କା ଅନାଦେୟ ହୁଏ ତେବେ ଆହୁରି ଏକ ବର୍ଷ କରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ଆଦେଶ ଦେଇଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done