*ଆଗାମୀ ପୌର ନିର୍ବାଚନ ରେ ବିଜେଡି କୁ ଉଚିତ୍ ଜବାବ ଦେବେ ଝାରସୁଗୁଡ଼ା ବାସିନ୍ଦା
*ବିଜେଡି କାଉନସିଲର ମାନେ ପୌର ଅଧ୍ୟକ୍ଷା ଙ୍କ କାର୍ଯ୍ୟ ରେ ଖୁସି ନାହାନ୍ତି।
ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ବି ଟି ଏମ ସ୍ଥିତ ବିଜେପି କାର୍ଯ୍ୟଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି।ଝାରସୁଗୁଡ଼ା ଟାଉନ ମଣ୍ଡଳ ସଭାପତି ବିମଳେନ୍ଦୁ ଭୋଳ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀ ରେ ଝାରସୁଗୁଡ଼ା ପୌର ପରିଷଦ ର ଅଧ୍ୟକ୍ଷା କିଏ ବୋଲି ପ୍ରଶ୍ନ ପଚାରିଛି।ବିଜେଡି ପକ୍ଷରୁ ଆୟୋଜିତ ହୋଇଥିବା ସାମ୍ୱାଦିକ ସମ୍ମିଳନୀ ରେ ସେ ମୁଁହ ବନ୍ଦ କରି ଥିବା ବେଳେ ଝାରସୁଗୁଡ଼ା ର ପ୍ରକୃତ ରେ କିଏ ଝାରସୁଗୁଡ଼ା ର ପୌର ପରିଷଦ ର ଅଧକ୍ଷ ତାହା ଆଜି ପର୍ଯ୍ୟନ୍ତ ଲୋକେ ଜାଣି ପାରିଲେ ନାହିଁ ବୋଲି ଝାରସୁଗୁଡ଼ା ଟାଉନ ମଣ୍ଡଳ ସଭାପତି ବିମଳେନ୍ଦୁ ଭୋଳ ପ୍ରଶ୍ନ ପଚାରିଛନ୍ତି। ତାହା ସହ ଝାରସୁଗୁଡ଼ା ପୌର ପରିଷଦ ଦୀର୍ଘ ଦିନ ହେବ ବିଜେଡି ର ଅକ୍ତିଆର ରେ ଥିବା ବେଳେ ପୌର ପରିଷଦ ସମ୍ପୂର୍ଣ୍ଣ ରୂପରେ ଦୁର୍ନୀତି ର ଗନ୍ତାଘର ପାଲଟିଥିବା କହିଛନ୍ତି।ତାହା ସହ ଜଣେ ସାଧାରଣ ଲୋକ ଯଦି ପୌର ପରିଷଦ କୁ ଯାଏ ତେବେ କାହା ପାଖକୁ ଯିବ ସେ ଜାଣି ପାରୁନଥିବା କହିବା ସହ ପୌର ପରିଷଦ କାର୍ଯ୍ୟଳୟ ମଧ୍ୟରେ ପି ସି କାରବାର ଚାଲିଥିବା କହିଛନ୍ତି।ଆଜି ଝାରସୁଗୁଡ଼ା ପୌର ପରିଷଦ କୁ ସଂପୂର୍ଣ୍ଣ ରୂପରେ ଦୁର୍ନୀତି ର ଗନ୍ତାଘର ରେ ପରିଣତ କରିଦେଇଥିବା ବେକେ ମଶା ତେଲ ର ଦୁର୍ନୀତି ତାର ସମ୍ପୁର୍ଣ୍ଣ ରୂପରେ ତାର ଉଦାହରଣ ବୋଲି କହିଛନ୍ତି।ଯେଉଁଥିରେ ପୌର ପରିଷଦ ର ଅନେକ ଅଧିକାରୀ ଜେଲ ଯାଇଥିବା ବେଳେ ପୌର ପରିଷଦ ର ଅଧକ୍ଷା ନିଜେ ହାଇକୋର୍ଟ ରୁ ଜାମିନ ଆଣିଥିବା କହିଛନ୍ତି।ତାହା ସହ ଝାରସୁଗୁଡ଼ା ସହର ର ନାଳ ନର୍ଦ୍ଦମା ଏତେ ବର୍ଷ ହେବ ସଫା ହୋଇନଥିବା ବେଳେ ବର୍ତ୍ତମାନ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ବିଭିନ୍ନ ୱାର୍ଡ ବୁଲି ବୁଲି ଏହାର ତଦାରଖ କରୁଥିବା ବେକେ କାହିଁକି ବିଜେଡି କୁ ଖରାପ ଲାଗୁଛି ବୋଲି ବିଜେଡି କୁ ପ୍ରଶ୍ନ ପଚାରିଛନ୍ତି।ତାହା ସହ ଆଜି କାଉନସିଲର ମାନଙ୍କ ବିଭିନ୍ନ କମିଟି ଗଠନ ହୋଇଥିବା କହୁଛନ୍ତି।ତେବେ ୨୦୨୨ ମସିହା ରୁ ନିର୍ବାଚନ ଜିଣି ସାରିଲା ପରେ କାହିଁକି ସେ ସବୁ କମିଟି ଗଠନ କରାଗଲା ନାହିଁ ବୋଲି ଓଲଟା ପ୍ରଶ୍ନ ପଚାରିବା ସହ ବର୍ତ୍ତମାନ ଆଗକୁ ପୌର ନିର୍ବାଚନ ଥିବା ବେଳେ ପୌର ନିର୍ବାଚନ ରେ ହାରିଯିବା ଭୟ ରେ ଏବେ ବିଜେଡି ନାଟକ କରୁଥିବା କହିଛନ୍ତି ଝାରସୁଗୁଡ଼ା ଟାଉନ ମଣ୍ଡଳ ସଭାପତି ବିମଳେନ୍ଦୁ ଭୋଳ।ଅନ୍ୟପଟେ ବିଜେପି ବରିଷ୍ଠ ନେତ୍ରୀ ତଥା ୩ ନମ୍ବର ୱାର୍ଡ ର କାଉନସିଲର ଆଜି ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ଯେ ଆଜି ଯେପରି ସାମ୍ୱାଦିକ ସମ୍ମିଳନୀ ରେ ଝାରସୁଗୁଡ଼ା ପୌର ଅଧ୍ୟକ୍ଷା ରାଣୀ ହାତୀ ସାମ୍ବାଦିକ ସମ୍ମିଳନୀ ରେ ଚୁପ୍ ବସିଥିଲେ ସେପରି ଭାବରେ କାଉନସିଲ ବୈଠକ ରେ ମଧ୍ୟ ଚୁପ୍ ବସିଥାନ୍ତି ।ସେ ଜଣେ ଦୁର୍ନୀତି ରେ ଲିପ୍ତ ଥିବା ବ୍ୟକ୍ତି ।ଆଜି ପର୍ଯ୍ୟନ୍ତ ଝାରସୁଗୁଡ଼ା ର ରୋଡ଼ ,ନାଳ ଆଦି ବିଷୟ ରେ ଚିନ୍ତା ନ କରି କିପରି ଭାବରେ ଟଙ୍କା ଆଦାୟ କରାଯାଇ ନିଜ ପକେଟ୍ ଭରାଯିବ ସେହି ବିଷୟରେ ସେ ଖାଲି ଚିନ୍ତା କରିଥାନ୍ତି। ତାଙ୍କ କାର୍ଯ୍ୟଶୈଳୀ କୁ ନେଇ ତାଙ୍କ ଦଳ ର କାଉନସିଲର ମାନେ ତାଙ୍କ ଉପରେ ଅସନ୍ତୋଷ ଅଛନ୍ତି।ଯେଉଁଥିପାଇଁ ଗତ ଅପ୍ରେଲ ୩୦ ତାରିଖ ରେ ହେବାକୁ ଥିବା କାଉନସିଲ ବୈଠକ ରେ ବିଜେଡି କାଉନସିଲର ମାନେ ବୈଠକ କୁ ବିରୋଧ କରିଥିଲେ ବୋଲି କହିଛନ୍ତି ବିଜେପି କାଉନସିଲର ବନ୍ଦନା ମୁନ୍ଦ୍ରା।ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ବିଜେପି ର ଅନ୍ୟ ମାନଙ୍କ ମଧ୍ୟରେ ୱାର୍ଡ ନମ୍ବର ୧୩ ର କାଉନସିଲର ଦେଵବ୍ରତ ପାଣ୍ଡେ,ୱାର୍ଡ ନମ୍ବର ୧୯ ର କାଉନସିଲର ତରଙ୍ଗ ଦୁବେ,ଦେବବ୍ରତ ପାଣ୍ଡେ,ଡିଲେଶ୍ୱର୍ ରାଓ,ସୋନୁ ଥିରାନୀ,ଅରବିନ୍ଦ ପାଠକ, ଵଲବିନ୍ଦର ସିଂ,ନେତାଜୀ ପଟ୍ଟନାୟକ, ସନ୍ତୋଷ ଯାଦବ ଏବଂ ମନୋଜ କୋଲେଟ ପ୍ରମୁଖ ଉପସ୍ଥିତ ଥିଲେ।
0 Comments