ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରୀପାଠୀ ଝାରସୁଗୁଡା ପୌର ପରିଷଦ ର ଉନ୍ନୟନ ପ୍ରକଳ୍ପ ର ସମୀକ୍ଷା କରିଛନ୍ତି। ଝାରସୁଗୁଡା ପୌର ପରିଷଦ ପକ୍ଷରୁ ଝାରସୁଗୁଡା ସହର ରେ ଚାଲିଥିବା ଡ୍ରେନ କାମର ସମୀକ୍ଷା କରିବା ସହ ବର୍ଷା ମାସ ପୂର୍ବରୁ ଝାରସୁଗୁଡା ରେ ଚାଲିଥିବା ଡ୍ରେନ ସଫେଇ କାମ ସାରିବାକୁ ପୌର ପରିଷଦ କୁ ନିର୍ଦ୍ଦେଶ ଦେଇଛନ୍ତି।ତାହା ସହିତ ଆଜି ଝାରସୁଗୁଡା ସହରରେ ଆଗାମୀ ଦିନରେ ହେବାକୁ ଥିବା ବିକାଶ ମୂଳକ କାର୍ଯ୍ୟ ର ସମିକ୍ଷା କରିଛନ୍ତି। ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରୀପାଠୀ ର ଏକ ନମ୍ବର, ଦୁଇ ନମ୍ବର ,ତିନି ନମ୍ବର ,ଚାରି ନମ୍ବର ୱାର୍ଡ ବୁଲିବା ସହ ଆଗାମୀ ଦିନରେ ହେବାକୁ ଥିବା ବିକାଶ ମୁଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ବିଭାଗୀୟ ଅଧିକାରୀ ଙ୍କୁ ଶୀଘ୍ର କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ନମ୍ବର, ଦୁଇ ନମ୍ବର ,ତିନି ନମ୍ବର ,ଚାରି ନମ୍ବର ୱାର୍ଡ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପାଂଚ କୋଟି ପଂଚାବନ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ସରକାର ମଂଜୁର କରିଥିବା ଝାରସୁଗୁଡା ବିଧାୟକ କହିବା ସହ ନିର୍ବାଚନ ପ୍ରଚାର ସମୟରେ ଯେତେବେଳେ ଲୋକଙ୍କ ପାଖକୁ ଯାଇଥିଲୁ ସେ ସମୟରେ ବିଭିନ୍ନ ପ୍ରସଙ୍ଗ କଥା ସ୍ଥାନୀୟ ବାସିନ୍ଦା ମାନେ କହିଥିଲେ।ଏହି ସବୁ ର ସମାଧାନ ପାଇଁ ଲୋକଙ୍କୁ ଆମେ ପ୍ରତିସୃତି ଦେଇଥିଲୁ।ପ୍ରାଥମିକ ପର୍ଯ୍ୟାୟ ରେ ଡ୍ରେନ ଓ ରାସ୍ତା ତିଆରି ସହିତ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଅର୍ଥ ବ୍ୟୟବରାଦ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ନଗର ଉନ୍ନୟନ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।ତାହା ସହିତ ଝାରସୁଗୁଡା ର ବର୍ତ୍ତମାନ ବି ଅନେକ ରାସ୍ଥା ରେ ପିଚୁ ପଡିନାହିଁ ସେହି ସବୁ ରାସ୍ତା ର ନିର୍ମାଣ ହେବା ସହ ଲୋକଙ୍କ ଦାବି ପୁରଣ କରାଯିବ ବୋଲି କହିଛନ୍ତି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରୀପାଠୀ।ତାହା ସହିତ ପୂର୍ବ ସରାକାର କୁ ଟାର୍ଗେଟ କରି ପୂର୍ବ ସରକାର ରେ ମୂଖ୍ୟମନ୍ତ୍ରୀ ଙ୍କୁ ଲୋକେ ଭେଟିବାକୁ ସୁଯୋଗ ପାଉନଥିଲେ।ଏହି ସରକାର ସମୟରେ ଲୋକେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବା ସହ ନିଜ ଦାବୀ ଉପସ୍ଥାପନ କରିପାରୁଛନ୍ତି।ଆଗାମୀ ଦିନରେ ମଧ୍ୟ ଲୋକଙ୍କ ଯାହା ସମସ୍ୟା ରହିବ ସେ ସମସ୍ତ ସମସ୍ୟା କୁ ସମାଧାନ କରାଯିବ ବୋଲି କହିଛନ୍ତି।ଆଜିର ଏହି ବିଧାୟକ ଙ୍କ ଗସ୍ତ କାର୍ଯ୍ୟକ୍ରମ ରେ ଝାରସୁଗୁଡା ପୌର ପରିଷଦ ର ନିର୍ବାହୀ ଅଧିକାରୀ ମାନସ ରଂଜନ ମଲ୍ଲିକ ଙ୍କ ସହିତ ପୌର ପରିଷଦ ର ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ।ତାହା ସହ ଭାରତୀୟ ଜନତା ପାର୍ଟି
ପକ୍ଷରୁ ବିମଲେନ୍ଦୁ ଭୋଲ,ସୋନୁ ଥିରାନୀ,ଅରବିନ୍ଦ ପାଠକ,ତରଣ ଡିଡୱାନୀ, ସନ୍ତୋଷ ଯାଦବ,ଲଲିନ ସାହୁ,ବାବୁଲୁ ସିଂ,ବିବେକ ଶ୍ରୀବାସ,ବନ୍ଦନା ମୁନ୍ଦ୍ରା ପ୍ରମୁଖ ଉପସ୍ଥିତ ଥିଲେ।
0 Comments