ଧୁତରା ଓ ପାନପାଳି ମଝି ଠାକୁରପଡା ନିକଟସ୍ଥ ଏଲଏଚଏସରେ ଯାତାୟାତ ବିପଦପୂର୍ଣ୍ଣ


 ଧୁତରା ଓ ପାନପାଳି ମଝି ଠାକୁରପଡା ନିକଟସ୍ଥ ଏଲଏଚଏସରେ ଯାତାୟାତ ବିପଦପୂର୍ଣ୍ଣ

 ଦକ୍ଷିଣ ପୂର୍ବ ହାୱାଡା ବମ୍ବେ ମୁଖ୍ୟ ରେଳପଥ ଚକ୍ରଧରପୁର  ଡିଭିଜନ ଅନ୍ତର୍ଗତ ଧୁତରା ବାଗଡିହି ଷ୍ଟେସନଦ୍ୱୟ ମଝିରେ ଥିବା ପାନପାଳି ଏକ ହଳଟିଁଂ ନିକଟସ୍ଥ ଠାକୁରପଡା ନିକଟରେ ରେଳ ଫାଟକ ନଂ. ୨୫୩ କୁ ବନ୍ଦ କରି ଦେବା ପରେ କେନ୍ଦ୍ର ସରକାର ଦ୍ୱାରା କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ଏଲଏଚଏସ (ଲିମିଟେଡ ହାଇଟ ସବୱେ ) ନିର୍ମାଣ କରାଯାଇଥିଲା । ଯାହାକି ଆଖପାଖ ଗାଁ ତଥା ଅଞ୍ଚଳର ଜନସାଧାରଣଙ୍କ ଚାଷବାସରେ ନିର୍ଭରଯୋଗ୍ୟ ପାଇଁ ହଳଲଙ୍ଗଳ , ଟ୍ରାକ୍ଟର ସହ ଅନ୍ୟାନ୍ୟ ଯାନବାହାନ ଯାତାୟାତ ପାଇଁ ରେଳ ଧାରଣା ଅତିକ୍ରମ କରିବାକୁ ଜରୁରୀ ହୋଇପଡୁଥିଲା । ଗଉଡ ପାନପାଳି ସ୍ଥିତ ୨୫୪ ନଂ. ରେଳଫାଟକୁ ରେଳ ବିଭାଗ ଦ୍ୱାରା ହଠାତ ବନ୍ଦ କରିଦେବା ଦ୍ୱାରା ଅଞ୍ଚଳବାସୀଙ୍କ ନାହିଁ ନ ଥିବା ଅବସ୍ଥା ଭୋଗିବାକୁ ପଡିଥିଲା । କିଂ କର୍ତ୍ତବ୍ୟ ବିମୁଢ ହୋଇ  ଚାଷବାସ କାମ ପାଇଁ ଶେଷରେ ସାଧାରଣ ଜନତା ତଥା ଚାଷୀ ବାଧ୍ୟ ହୋଇ ଠାକୁରପଡାସ୍ଥିତ ୨୫୩ ନଂ. ରେଳଫାଟକ ଭରସାରେ କଷ୍ଟେମଷ୍ଟେ ଚଳୁଥିଲେ । କିନ୍ତୁ ପରିଶେଷରେ ରେଳବିଭାଗ  ୨୫୩ ନଂ. ରେଳଫାଟକ କୁ ବନ୍ଦ କରିବାର ନିଷ୍ପତ୍ତି ନେଇ ଏକ ଏଲଏଚଏସ ଟିଏ ନିର୍ମାଣ କଲେ । କିନ୍ତୁ ସେହି ଏଲଏଚଏସ ରାସ୍ତାଟି ଏକ ଭୟଙ୍କର ଭୟଭୀତ ରୂପରେଖରେ ସରକାର ଠିକାଦାର ପୋଷା ନିତିରେ ନିର୍ମାଣ କରି ସାମାନ୍ୟ ବର୍ଷାରେ ଜଳମଗ୍ନ କରି ଜନସାଧାରଣଙ୍କ ଯାତାୟାତଙ୍କ ବିପଦମୁଖି ହୋଇପଡିଛି । ଏହା ସହିତ ରାସ୍ତା ତଳରେ ଥିବା ପାଣିଜାଳିରେ ଲୋକେ ଫଶିଯାଇ ବାରମ୍ବାର ଦୂର୍ଘଟଣାର ସମ୍ମୁଖିନ ହେଉଛନ୍ତି । ଏହି ରାସ୍ତାରେ ଏକୁଟିଆ ଯାତାୟାତ ପାଇଁ ଅତି ଭୟଙ୍କର ଦେଖାଯାଉଥିବା ବେଳେ ହଠାତ ରାସ୍ତାରେ ଗୋଳେଇ ରହିଥିବାରୁ ବିପରୀତ ଦିଗରୁ ଆସୁଥିବା ଲୋକଙ୍କ ସହ ଦୁର୍ଘଟଣା ସୁନିଶ୍ଚିତ । ଏଣୁ ରେଳ କର୍ତ୍ତୃପକ୍ଷ ଏଥପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done