ବାରଖଣ୍ଡିଆ ଡାଇଭର୍ସନ ରାସ୍ତା ଶୋଚନୀୟ,ଗ୍ରୀଷ୍ମ ସମୟରେ କାହିଁକି ରାସ୍ତା ନିର୍ମାଣ କରାନଗଲା ତାକୁ ନେଇ ଉଠିଛି ପ୍ରଶ୍ନ ?


 ବାରଖଣ୍ଡିଆ ଡାଇଭର୍ସନ ରାସ୍ତା କାଦୁଅ ପଚପଚ ଏବଂ ଯାନବାହନ କାଦୁଅରେ ଫସି ହେଉଛନ୍ତି ହଇରାଣ, ପ୍ରଶାସନର ନିଘାନାହିଁ। ସୂଚନା ଅନୁଯାୟୀ ଝାରସୁଗୁଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପିଡବ୍ଲୁଡି ପକ୍ଷରୁ ରାଜପୁର ଠାରୁ ବଲାଙ୍ଗିବାହାଲ କୁ ଚାଲିଛି ରାସ୍ତା ନିର୍ମାଣ ଏବଂ ବାରଖଣ୍ଡିଆ ଗ୍ରାମ ମଧ୍ୟରେ ରାସ୍ତା ନିର୍ମାଣ ଚାଲିଥିବା ବେଳେ ଗ୍ରାମ ବାହାରେ ଏକ ଡାଇଭର୍ସନ ରାସ୍ତା କରାଯାଇଥିବା ବେଳେ ଏହାର  ଦୁରାଵସ୍ଥା ଯୋଗୁଁ ହଇରାଣ ହେଉଛନ୍ତି ସ୍ଥାନୀୟ ଜନସାଧାରଣ। ତେବେ ଆଜି ସକାଳ ଆଠଟା ସମୟରେ ଏପରି ଜଣେ କାର ଆରୋହି ଚିକିତ୍ସାଲୟକୁ ଯାଉଥିବା ବେଳେ କାଦୁଅରେ ଗାଡି ଫସି ଯିବା ଫଳରେ ଦୁଇଘଣ୍ଟା ଧରି ହଇରାଣ ହୋଇଛନ୍ତି। ନିଜ ଖର୍ଚ୍ଚରେ ସେ ଏକ ଟ୍ରାକ୍ଟର ଡ଼ାକି ଦୁଇଘଣ୍ଟାର ପରିଶ୍ରମ ପରେ ଗାଡିକୁ କାଦୁଅରୁ ବାହାର କରିଥିଲେ ଏବଂ ଦୁଇଘଣ୍ଟା ବିଳମ୍ବରେ ଚିକିତ୍ସାଲୟକୁ ପହଞ୍ଚିଥିଲେ। ଏହି ରାସ୍ତା ଦେଇ ପ୍ରତେକ ଦିନ ଟ୍ରକ ଓ ହାଇବା ମାଧ୍ୟମରେ ବାଲି ଚାଲାଣ ହେଉଥିବାବେଳେ ସମଗ୍ର ରାସ୍ତାର ଅବସ୍ଥା ବିପଦସଂକୁଳ ହୋଇଯାଉଛି। କେବଳ ଯେ ଗୋଟିଏ ଗାଡି ନୁହଁ ପ୍ରତେକ ଦିନ ଏପରି ଶହ ଶହ ଗାଡି ଏହି ଵ୍ୟସ୍ତ ବହୁଳ ରାସ୍ତାରେ ଯିବା ଆସିବା କରୁଥିବା ବେଳେ ଏହି ଡାଇଭର୍ସନ ରାସ୍ତା ପାଇଁ ହଇରାଣ ହେଉଛନ୍ତି ଜନସାଧାରଣ। ସୁନ୍ଦରଗଡ଼ ରୁ ଗାନ୍ଧିଛକ ଦେଇ ଝାରସୁଗୁଡା କୁ ଏହି ରାସ୍ତା ସଂଯୋଗ କରୁଛି। ଏହା ପ୍ରତି ରାସ୍ତା ପିଡବ୍ଲୁଡି, ନିର୍ମାଣ କରୁଥିବା ସଂସ୍ଥା କିମ୍ବା ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ଦେଖାଦେଇଛି। ଏପରି କାଳବୈଶାଖୀ ପୂର୍ବରୁ କାହିଁକି ଗ୍ରୀଷ୍ମ ସମୟରେ ରାସ୍ତା ନିର୍ମାଣ କରାନଗଲା ତାକୁ ନେଇ ଉଠିଛି ପ୍ରଶ୍ନ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done