ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ର ଆଇନ ସେବା ୱେବ ପୋର୍ଟାଲ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ


 ଆଜି ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ନାୟକ ଙ୍କ ନିର୍ଦ୍ଦେଶ କ୍ରମେ କୋଲାବିରା ବ୍ଲକ ଅନ୍ତର୍ଗତ ରଘୁନାଥପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ର ରାଜୀବ ଗାନ୍ଧି ସେବା କେନ୍ଦ୍ର ଠାରେ ବିକଳ୍ପ ବିବାଦ ସମାଧାନ ର ବିଭିନ୍ନ ଉପାୟ, ସାର୍ବଜନୀନ ଉପଯୋଗୀ ସେବା ପାଇଁ ସ୍ଥାୟୀ ଲୋକ ଅଦାଲତ (PLA) ଗୁଡ଼ିକର  ପ୍ରତିଷ୍ଠା ଏବଂ କାର୍ଯ୍ୟକାରିତା, ଏହା ଦ୍ୱାରା ବିଚାରକୁ ନିଆଯାଇଥିବା ବିବାଦର ପ୍ରକୃତି ଏବଂ ଆଇନ ସେବା ପ୍ରାଧିକରଣ ଅଧିନିୟମ, ୧୯୮୭ ର ଅଧ୍ୟାୟ-VIA ଅନୁଯାୟୀ ଯୋଜନାର ଲାଭ, ରାଷ୍ଟ୍ରୀୟ ଆଇନ୍ ସେବା ପ୍ରାଧିକରଣ ର ନିଶୁଳ୍କ ଆଇନ୍ ସହାୟତା ନମ୍ବର *୧୫୧୦୦* ଏବଂ ରାଷ୍ଟ୍ରୀୟ ଆଇନ୍ ସେବା ପ୍ରାଧିକରଣ ର ଆଇନ୍ ସେବା ୱେବ୍ ପୋର୍ଟାଲ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା) ର ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ କୁମାର ନାୟକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ଆଲୋକମୟୀ ପ୍ରଧାନ, ପ୍ୟାନେଲ  ଓକିଲ ରୂପାଲି ଚାଟାର୍ଜୀ, କୋଲାବିରା ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରାଜେଶ କୁମାର ଗୁଡ଼ିଆ, ସ୍ଥାନୀୟ ସରପଞ୍ଚ ଶ୍ରୀ ରଞ୍ଜନ ସରାଫ ପ୍ରମୁଖ ଯୋଗଦେଇଥିଲେ ଏବଂ  ଉପରୋକ୍ତ ବିଷୟବସ୍ତୁ ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ । ସ୍ଥାନୀୟ ଅଂଚଳର ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା, ମହିଳା ଓ ଜନ ସାଧାରଣ ଉପସ୍ଥିତ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done