ପୁଣି ଫେରିଲା କରୋନା


 ପୁଣି କାୟା ବିସ୍ତାର କରିବା ଆରମ୍ଭ କଲାଣି କରୋନା । 

ଦେଶରେ ପ୍ରତିଦିନ ବଢୁଛି କରୋନା ମହାମାରୀ ।

ଦେଶର ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାରୁ ମଧ୍ୟ ଚିହ୍ନଟ ହେଲେଣି କରୋନା ଆକ୍ରାନ୍ତ ।

ବର୍ତ୍ତମାନ ଭାରତରେ କୋଭିଡ ଆକ୍ଟିଭ କେସ୍ ୨୫୭ ରେ ପହଞ୍ଚିଛି । 

କେରଳ ରେ ସର୍ବାଧିକ ୧୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

ପୁଣି ଭାରତକୁ ପହଞ୍ଚିଛି କରୋନା । ସମସ୍ତେ କରୋନାରୁ ଆଶ୍ୱସ୍ତି ମିଳିଥିବା ଭାବି ଅଚିନ୍ତା ଥିବା ବେଳେ ପୁଣି କରୋନା ଲହର ଭାରତରେ ପ୍ରବେଶ କରିଛି । ଦେଶର ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାରେ ମଧ୍ୟ କରୋନା ସଂକ୍ରମଣ ଚିହ୍ନଟ ହେଲେଣି  । ସର୍ବାଧିକ କେରଳରୁ ୧୮୨, ତାମିଲନାଡୁ ରୁ ୬୬ ମହାରାଷ୍ଟ୍ରରୁ ୫୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ଚଳିତ ବର୍ଷ ରାଜ୍ୟର ପ୍ରଥମ କୋଭିଡ୍ ପୋଜିଟିଭ୍ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଚଳିତ ମାସ ୧୨ ତାରିଖରୁ ୧୯ ତାରିଖ ମଧ୍ୟରେ ଏକ ସପ୍ତାହ ମଧ୍ୟରେ ଦେଶରେ ୨୫୭ ଜଣ କୋଭିଡ୍ ରୋଗୀ ରହିଛନ୍ତି । ସ୍ବାସ୍ଥ୍ୟ ବିଶେଷଜ୍ଞ ଙ୍କ ଅନୁସାରେ ଏହା ହେଉଛି କରୋନା ମହାମାରୀର ପରବର୍ତ୍ତୀ ଲହର । କୋଭିଡ୍ ଲକ୍ଷଣ ଦେଖା ଗଲେ ଔଷଧ ଖାଇବା ପରେ ଏହା ଠିକ୍ ହୋଇଯାଇ ପାରେ । କିନ୍ତୁ ଯିଏ  ବହୁ ରୋଗରେ ପୀଡିତ, ଛୋଟ ଛୁଆ, ଗର୍ଭବତି ମହିଳା ଏବଂ ବୟସ୍କ ଲୋକ ଏହା ପ୍ରତି ସତର୍କ ରହି ଯତ୍ନବାନ ହେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏବଂ ସଠିକ୍ ସମୟରେ ଡାକ୍ତରଙ୍କୁ ଲକ୍ଷଣ ବିଷୟରେ ଜଣାଇ ଚିକିତ୍ସା କରାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହା ସହିତ କୋଭିଡ଼ ପରିସ୍ଥିତି କୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଥିବା ନେଇ ମଧ୍ୟ ସୂଚନା ପ୍ରଦାନ୍ କରାଯାଇଛି । କୋଭିଡ଼ ପରିସ୍ଥିତି କୁ ନେଇ ଡରିବାର କୌଣସି ଆବଶ୍ୟକତା ନାହିଁ ବୋଲି କୁହାଯାଇଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done