ଭାରତ ପାକିସ୍ତାନ ଯୁଦ୍ଧ ଆଶଙ୍କା କୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମକ ଡ୍ରିଲ ଆରଂଭ |ପୁରା ଦେଶରେ ୨୪୪ ଟି ସ୍ଥାନରେ ହେବ ମକଡ୍ରିଲ।ଏ ନେଇ ଗଣମାଧ୍ୟମରେ ସୂଚନା ଦେଲେ ଅଗ୍ନିଶମ ଡିଜି | କାଲିଠୁ ରାଜ୍ୟର ବାର ଟି ସ୍ଥାନରେ ମକ ଡ୍ରିଲ ଆରମ୍ଭ ହୋଇ ସପ୍ତାହେ ପର୍ଯ୍ୟନ୍ତ ଚାଲିବ | ତେବେ ଏହି 12 ଟି ସ୍ଥାନ ଗୁଡିକ ହେଲା ହୀରାକୁଦ , ରାଉରକେଲା ,ତାଳଚେର ବାଲେଶ୍ୱର କୋରାପୁଟ ଭୁବନେଶ୍ୱର ଗୋପାଳପୁର ପାରାଦୀପ ଭଦ୍ରକ ଜଗତସିଂପୁର ଆଉ କେନ୍ଦ୍ରାପଡା | କାଲି ଅପରାହ୍ନ ଚାରିଟା ସମୟରେ 5 ମିନିଟ ପର୍ଯ୍ୟନ୍ତ ଲମ୍ବା ସାଇରନ ବାଜିବ | ଶତ୍ରୁ ବିମାନ ଆକ୍ରମଣ ହେଲେ ଏହି ଭଳି ଭାବେ ଲମ୍ବା ସାଇରନ ବଜାଇ ଲୋକଙ୍କୁ ସତର୍କିତ କରାଯିବ | ତେବେ ଶତ୍ରୁ ବିମାନ ଆକ୍ରମଣ ସମୟରେ ସମସ୍ତ ଜନସାଧାରଣ ଙ୍କୁ କଂକ୍ରିଟ ଛାତ ତଳେ ଆଶ୍ରୟ ନେବାକୁ ଦିଆଯାଇଛି ନିର୍ଦେଶ |ଜିଲ୍ଲା ସ୍ତରରେ ନିୟନ୍ତ୍ରଣ ପକ୍ଷ କାର୍ଯ୍ୟକ୍ଷମ କରାଯାଇଛି ତେବେ ବେସାମରିକ ସୁରକ୍ଷା ସ୍ଥଳୀ ଏବଂ ରେଡ କ୍ରସ ଉପରେ କରାଯାଇପାରିବ ନାହିଁ | ଖାଦ୍ୟ ଜଳ ଏବଂ ବିଦ୍ୟୁତ ଆଦି ସେବା ସିଭିଲ ଡିଫେନ୍ସ ଅଧୀନରେ ରହିବ | କାଲି ସୁଦ୍ଧା ଜିଲା ଏବଂ ରାଜ୍ୟ ରେ କଂଟ୍ରୋଲ ରୁମ କାର୍ଯ୍ୟକାରୀ ହେବା ସହିତ ସିଭିଲ ଡିଫେନ୍ସ କୁ ଅତ୍ୟାବଶ୍ୟକ ସେବା ଯୋଗାଇବାକୁ ନିଷ୍ପତି ନିଆଯାଇଛି | ସମସ୍ତ ରାଜ୍ୟେ ଏହି ମକ ଡ୍ରିଲ ଦ୍ୱାରା ଯୁଦ୍ଧ ସମୟରେ କିଭଳି ଭାବେ ସଚେତନ ଏବଂ ସୁରକ୍ଷିତ ରହିବେ ଏବଂ ଶତ୍ରୁ ବିମାନ ରୁ ବଂଚିବା ପାଇଁ କଂକ୍ରିଟ ଛାତ ର ଆଶ୍ରୟ ନେବେ ସେ ନେଇ ନିର୍ଦେଶ ଜାରି କରାଯିବ | ତେବେ ଏହି ସମୟରେ ଯଦି କୌଣସି ଶତ୍ରୁ ବିମାନ ଦ୍ୱାରା ଜନବସତି ଅଞ୍ଚଳରେ ଖାସ କରି ବସ୍ତି ଅଂଚଳରେ ନିଆଁ ଲାଗେ ତେବେ ସେଠି ଅଗ୍ନିଶମ ବିଭାଗ ପହଂଚି ଶୀଘ୍ର ନିଆଁ ଆୟତ କରିବ ବୋଲି ଅଗ୍ନିଶମ ଡିଜି କହିଛନ୍ତି |
0 Comments