ବିଜେଡି ନିଜ ସାଂଗଠନିକ ଗଠନକୁ ସୁଦୃଢ଼ କରିବା ଏବଂ ତୃଣମୂଳ ସ୍ତରରେ ସମ୍ପୃକ୍ତିକୁ ବୃଦ୍ଧି କରିବା ପାଇଁ ଏକ ରଣନୈତିକ ପଦକ୍ଷେପ ଗ୍ରହଣ କରିଛି। ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ୮୧ ଜଣ ପ୍ରମୁଖ ନେତାଙ୍କୁ ନେଇ ନୂଆ ଟିମ ଘୋଷଣା କରିଛନ୍ତି। ଟିମରେ 71 ଜଣ ରାଜ୍ୟ ପଦାଧିକାରୀ ଏବଂ 10 ଜଣ Frontal Wing ବା cell ମୁଖ୍ୟ ଅଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ ଏହି ନୂତନ ଟିମ୍ ରେ ବରିଷ୍ଠ ଉପସଭାପତି , ଉପସଭାପତି, ସାଧାରଣ ସମ୍ପାଦକ ଏବଂ କୌସାଧକ୍ଷ ଅଛନ୍ତି। ତେବେ ରାଜ୍ୟରେ ମୋଟ ୨୪ ଜଣ ସାଧାରଣ ସମ୍ପାଦକ ବଛା ଯାଇଥିବା ବେଳେ ତନ୍ମଧ୍ୟରୁ ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଲି ଦାସ ଙ୍କୁ ମଧ୍ୟ bjd ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ଏଥିରେ Prasanna Acharya ବିଜୁ କୃଷକ ଜନତା ଦଳ ର ବରିଷ୍ଠ ଉପସଭାପତି , ବିଜେଡି ଆଞ୍ଚଳିକ ବିକାଶ ପ୍ରକୋଷ୍ଠ ର ବରିଷ୍ଠ ଉପସଭାପତି ଭାବେ Ananga Udaya Singh Deo, ମତ୍ସ୍ୟଜୀବୀ ସେଲ୍ ର ବରିଷ୍ଠ ଉପସଭାପତି ଭାବେ Dr. Ramesh Chandra Chyau Patnaik ଙ୍କ ସମେତ ଅନ୍ୟାନ୍ୟ Frontal Wing Cell ପାଇଁ ମୋଟ 10 ଜଣ ବରିଷ୍ଠ ଉପସଭାପତି ମନୋନୀତ ହୋଇଥିବା ବେଳେ ନବୀନ ପଟ୍ଟନାୟକ ସଭାପତି ଭାବେ ମନୋନୀତ ହୋଇଛନ୍ତି।
0 Comments