ଆଜି ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ମିରର ଥିଏଟର ମଞ୍ଚରେ ଓଡ଼ିଶା ନାଟ୍ୟ ସଂଘ ପଶ୍ଚିମ ଜୋନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ନାଟ୍ୟ ସଂଘର ସଦସ୍ୟ ଯୋଗଦେଇଥିଲେ। ଆସନ୍ତା ସେପ୍ଟେମ୍ବର ମାସରେ ବରଗଡ଼ ଠାରେ ୫ଦିନିଆ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହେବ ଏବଂ ନାଟ୍ୟ ମହୋତ୍ସବରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ୧୦ଟି ନାଟ୍ୟ ଦଳ ଯୋଗଦେଇ ନାଟକ ପ୍ରଦର୍ଶନ କରିବେ ଏବଂ ସେହି ୧୦ଟି ନାଟକରୁ ଗୋଟିଏ ନାଟକ ଆସନ୍ତା ନଭେମ୍ବର ମାସରେ ଭୁବନେଶ୍ୱର ଅନୁଷ୍ଠିତ ହେବାକୁ ଥିବା ଜାତୀୟ ନାଟକ ମହୋତ୍ସବରେ ଯୋଗଦେବେ ବୋଲି ବୈଠକରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଓଡ଼ିଶା ନାଟ୍ୟ ସଂଘର ପଶ୍ଚିମ ଓଡ଼ିଶା ଜୋନର ଉପସଭାପତି ସତ୍ୟରଞ୍ଜନ ବେହେରା, ଉପଦେଷ୍ଟା ଚିତ୍ତରଞ୍ଜନ ଦାଶ, ସହ-ସମ୍ପାଦକ ଆଲୋକ ବୋଷ ଏବଂ ମିରର ଥିଏଟରର ନିର୍ଦ୍ଦେଶକ ତଥା ଝାରସୁଗୁଡା ଜିଲ୍ଲାର ସଂଯୋଜକ ଡ଼ ସୁବାସ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
0 Comments