କୋଲାବିରା ଠାରେ ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ, ଯୋଗଦେଲେ ଝାରସୁଗୁଡା ବିଧାୟକ


 ଆଜି ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତି ବୈଠକ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।  ତେବେ ଏହି ବୈଠକ ୬ ମାସରେ ଥରେ ଅନୁଷ୍ଠିତ ହେବାର ନିୟମ ରହିଥିଲେ ମଧ୍ୟ  ବୈଠକ ବସୁ  ନଥିଲା। ମାତ୍ର ବିଧାୟକଙ୍କ ହସ୍ତକ୍ଷେପ ପରେ ଆଜି ବୈଠକ ଅନୁଷ୍ଠିତ ହୋଇଥିଲା।  ଅନୁଷ୍ଠିତ  ବୈଠକରେ କୋଲବିରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ  ଯଥାଶୀଘ୍ର  ଏକ୍ସରେ ମେସିନ ସ୍ଥାପନ କରିବା ପାଇଁ  ମେଡିକାଲ୍ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ବିଧାୟକ ଏହି ରୋଗୀ କଲ୍ୟାଣ ସମିତିରେ ୪ ଜଣ  ମେମ୍ବର ଦେବାର ଅଧିକାର ରହିଛି। ବିଧାୟକ ରାଜେନ୍ଦ୍ର ଦାସ,  ମହିଳା  ସଦସ୍ୟା ଲତିକା ସାହୁ , ବରିଷ୍ଠ ନାଗରିକ ଅରୁଣ କୁମାର ବେହେରା ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଯଦୁମଣି ନାୟକଙ୍କୁ ମନୋନୟନ କରିଥିଲେ। ଏହାସହ ବୈଠକରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କ ଖାଦ୍ୟପେୟ କିପରି ଦିଆଯାଉଛି  ସେ ବିଷୟରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ  ପଚାରି ବୁଝିଥିଲେ। ତେବେ ଖାଦ୍ୟପେୟ ବାବଦରେ ଟେଣ୍ଡର ହୋଇନଥିବା ବେଳେ ମହିଳା shg ଗୋଷ୍ଠି ର  ରୋଗୀ ମାନଙ୍କ ଖାଇବା ବ୍ୟବସ୍ଥା କରିବା ପାଇଁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ଏହାସହ ବାଦିମାଲ୍ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଗଭୀର ନଳକୂପ  ଖନନ ପାଇ ନିର୍ଦ୍ଦେଶ ଦେଇଥିଲେ। ଏପରିକି ବାଦିମାଲ୍ ଓ ପୋଖରାସାହଲେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ରୋଗୀ ମାନଙ୍କ ପାଇଁ ପାନୀୟଜଳ ଏବଂ ଶୌଚାଳୟ  ବ୍ୟବସ୍ଥା ଯଥାଶୀଘ୍ର ହୋଇପାରିବ  ସେନେଇ ବିଧାୟକ ତ୍ରିପାଠୀ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।  ଆଜି  ଅନୁଷ୍ଠିତ ଏହି ବୈଠକରେ  କୋଲାବିରା ବ୍ଲକ ଅଧ୍ୟକ୍ଷ ଭୋଜରଜ୍ ପଟେଲ ,  ବିଡ଼ିଓ ରାଜେଶ ରୋସନ୍ ଗୁଡ଼ିଆ , ମେଡିକାଲ୍ ଅଫିସର ଘନଶ୍ୟାମ ସୋରେନ , ଦ. ଏସ କେ ବାଦା ,  ଦ. ରାଜକୁମାର ମୋହୋଲିଆ , ସିକ୍ଷୟ ବିଭାଗର ନିର୍ମଳା ଶତପଥୀ ,  ସାଂସଦ ପ୍ରତିନିଧି ସମରେନ୍ଦ୍ର ରାୟ  , ମଧୁମିତା ପଲ୍ ପ୍ରମୁଖ ଙ୍କ ସମେତ ବହୁ ଦଳୀୟ କର୍ମୀ  ଉପସ୍ଥିତ  ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done