ଝାରସୁଗୁଡ଼ା ବିଧାୟକ ଙ୍କ ପୂର୍ତ୍ତ ବିଭାଗ କୁ ଚିଠି


 ଝାରସୁଗୁଡ଼ା ସହର ରେ ବର୍ତ୍ତମାନ ପୌର ପରିଷଦ ପକ୍ଷରୁ ଡ୍ରେନ ସଫେଇ କାର୍ଯ୍ୟ ଚାଲିଥିବା ବେଳେ କେତେକ ସ୍ଥାନ ରେ ଡ୍ରେନ ଉପରେ ଥିବା ସ୍ଲାବ ଗୁଡ଼ିକ ଭାଙ୍ଗି ଯାଉଥିବା ଦେଖିବାକୁ ମିଳିଛି।ଏହାକୁ ନେଇ ଝାରସୁଗୁଡ଼ା ର ସ୍ଥାନୀୟ ବାସିନ୍ଦା ବିଧାୟକ ଙ୍କୁ ଅଭିଯୋଗ କରିବା ପରେ ବିଧାୟକ ଜିଲ୍ଲା ପୂର୍ତ୍ତ ବିଭାଗ କୁ ଚିଠି ଲେଖିଛନ୍ତି।ଝାରସୁଗୁଡାର ପୌର ପରିଷଦ ଅଞ୍ଚଳରେ ସମସ୍ତ ଡ୍ରେନ୍‌ର ସଫା କାର୍ଯ୍ୟ କରାଯାଉଛି, ଯାହାକୁ

କୌଣସି ଅପ୍ରୀତିକର ଘଟଣା ଏଡାଇବା ପାଇଁ ସଠିକ୍ ଭାବରେ ଘୋଡ଼ାଇ ଦିଆଯିବା ଆବଶ୍ୟକ। ତେଣୁ

ଆବଶ୍ୟକ ସମୟରେ ସମସ୍ତ ଡ୍ରେନ୍‌କୁ ଘୋଡ଼ାଇ ରଖିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଭଲ ଗୁଣବତ୍ତାର କଂକ୍ରିଟ୍ ସ୍ଲାବ୍ ପ୍ରଦାନ କରନ୍ତୁ ବୋଲି ଚିଠି ରେ ଉଲ୍ଲେଖ କରିଛନ୍ତି।ସୂଚନା ଅନୁଯାୟୀ ଦୀର୍ଘ ଦିନ ହେବ ଝାରସୁଗୁଡ଼ା ପୌର ପରିଷଦ ପକ୍ଷରୁ ଡ୍ରେନ ସଫେଇ ହୋଇନଥିବା ବେଳେ ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ରୁ ଡ୍ରେନ ସଫେଇ କାମ ପୌର ପରିଷଦ ପକ୍ଷରୁ ଡ୍ରେନ ସଫେଇ କାମ ହାତକୁ ନିଆଯାଇଛି।ତେବେ ବର୍ଷା ମାସ ପୂର୍ବରୁ ଡ୍ରେନ ସଫେଇ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ଡ୍ରେନ ରେ ପଡ଼ିଥିବା ସ୍ଲାବ୍ ଗୁଡ଼ିକ ଭାଙ୍ଗି ଦେଉଥିବା ଦେଖିବାକୁ ମିଳିଛି।ତେବେ ଏହି କଥା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ନଜର ରେ ଆସିବାରୁ ବିଧାୟକ ପୂର୍ତ୍ତ ବିଭାଗ କୁ ଚିଠି ଲେଖିବା ସହ ଶୀଘ୍ର ଉନ୍ନତ ମାନ ର ସ୍ଲାବ ଯୋଗାଇଦେବା ପାଇଁ କହିଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done