ଝାରସୁଗୁଡ଼ା ବିଧାୟକଙ୍କ ପୁରୁଣା ଜିଲ୍ଲା ହସ୍ପିଟାଲ ପରିଦର୍ଶନ


 ଝାରସୁଗୁଡ଼ା ବିଧାୟକଙ୍କ ପୁରୁଣା ଜିଲ୍ଲା ହସ୍ପିଟାଲ ପରିଦର୍ଶନ

ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ସହରର ମଙ୍ଗଳବଜାର ଠାରେ ଥିବା ପୁରୁଣା ଜିଲ୍ଲା ଡାକ୍ତରଖାନା ପରିଦର୍ଶନ କରିଥିଲେ । ଏହି ଅବସରରେ ଝାରସୁଗୁଡ଼ା ବାସୀଙ୍କ ବହୁ ଦିନର ଦାବୀକୁ ସମ୍ମାନ ଜଣାଇ ପୁରୁଣା ଜିଲ୍ଲା ଡାକ୍ତରଖାନା ଖୋଲିବା ପାଇଁ ରାଜ୍ୟ ସରକାର ସୀକୃତି ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ଓ ଜିଲ୍ଲା ପାରିପାଶ୍ୱିକ ଉନ୍ନୟନ ପାଣ୍ଠି ଅନୁଦାନରୁ ପ୍ରଥମ ପର୍ଯ୍ୟାୟରେ ୨୫ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ହେବ । ଏପରିକି ଏହି ଡାକ୍ତରଖାନାରେ ଏକ୍ସରେ ମେସିନ, ଲାବୋରେଟେରୀ, ସ୍ପେସାଲିଷ୍ଟ ଡାକ୍ତର, ଗୋଟିଏ ୨୪ ଘଂଟିଆ ଆସୁଲାନ୍ସ ସେବା ତଥା ଅନ୍ୟାନ୍ୟ ଆନୁସଙ୍ଗୀକ ସୁବିଧା ସୁଯୋଗ ଏହି ଡାକ୍ତରଖାନାରେ ଉପଲବ୍ଧ ହେବ । ଏହି ଡାକ୍ତରଖାନା ସହ ଝାରସୁଗୁଡ଼ା ବାସୀଙ୍କ ଭାବନାତ୍ମକ ସମ୍ପର୍କ ରହିଥିଲା। ଏହାସହ ଜୁନ ୧୨ ତାରିଖରେ ବିଜେପି ସରକାରଙ୍କ ବର୍ଷ ପୂର୍ତୀ ଉପଲକ୍ଷେ ଏହି ଡାକ୍ତରଖାନାର ଶୁଭ ଉଦଘାଟନ କରିବା ପାଇଁ ଲକ୍ଷ ରଖାଯାଇଥିବା ବିଧାୟକ ସୂଚନା ଦେଇଛନ୍ତି। ଏହାସହ ରାଜ୍ୟ ସରକାର ଝାରସୁଗୁଡ଼ା ବାସୀଙ୍କ ଭାବାବେଗ ସମ୍ମାନ ଜଣାଇ ରାଜ୍ୟ ସରକାର ସୀକୃତି ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଝାରସୁଗୁଡ଼ା ବାସୀଙ୍କ ତରଫରୁ ବିଧାୟକ ଟଙ୍କଧର ତ୍ରିପାଠୀ କୃତଜ୍ଞତା ଜଣାଇଛନ୍ତି । ଏହି ଗସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏମଓ ଏମ.ଏମ. ପଣ୍ଡା, ଏସପି ପି.ସ୍ମିଥ ପରମାର,ପିଡବ୍ଲୁଡି କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟବାନ ପଟେଣ୍ତହର ମଣ୍ଡଳ ସଭାପତି ବିମଳେନ୍ଦୁ ଭୋଳ ଓ ଅରବିନ୍ଦ ପାଠକ, ସନ୍ତୋଷ ଯାଦବ, ନେତାଜୀ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done