ଆଜି ଝାରସୁଗୁଡ଼ା ପୌର ପରିଷଦ ଅଞ୍ଚଳ ରେ ତିନି କୋଟି ପ୍ରକଳ୍ପ ର ଶିଳାନ୍ୟାସ କଲେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ


 ଆଜି ଝାରସୁଗୁଡ଼ା ପୌର ପରିଷଦ ଅଞ୍ଚଳ ରେ ମାରାଥନ ଶିଳାନ୍ୟାସ କରୁଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ପାଖାପାଖି ତିନି କୋଟି ଟଙ୍କା ର ପ୍ରକଳ୍ପ ର ଶିଳାନ୍ୟାସ କରିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ।ପ୍ରକଳ୍ପ ଗୁଡ଼ିକ ହେଲା ଦୁଇ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ସାରସମାଲ ସ୍ଥିତ ଅତିରିକ୍ତ କ୍ଲାସ ରୁମ୍ ନିର୍ମାଣ, ମଳିପଡା ରେ ଦୁଇ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ମହିଳା କମୁନିଟୀ ସେଣ୍ଟର୍ ନିର୍ମାଣ,ଦେଢ଼ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ଗୋଲ୍ଡେନ ଆଥେଲେଟିକ କ୍ଲବ ର କ୍ଳବ୍ ଗୃହ ନିର୍ମାଣ, ଦୁଇ ଲକ୍ଷ୍ୟ ଟଙ୍କା ବ୍ୟୟ ରେ କବ୍ରିସ୍ଥାନ ପଡ଼ା ରେ  ରାଧା କ୍ରୀଷ୍ଣା ମନ୍ଦିର ର ନିର୍ମାଣ, ଦୁଇ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ହାଉସିଂ କଲୋନୀ କ୍ଳବ୍ ହାଉସ ନିର୍ମାଣ, ଦୁଇ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ବାଡ଼ି ରେ କ୍ଳବ୍ ହାଉସ ନିର୍ମାଣ,ଦୁଇ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ଝରିଆନାର  କ୍ଳବ୍ ହାଉସ ନିର୍ମାଣ, ୫୫ ଲକ୍ଷ୍ୟ ୮୦ ହଜାର ଟଙ୍କା ବ୍ୟୟ ରେ ଝରିଆନାର ବଡ଼ କଣ୍ଟା ପୁନଃଉଦ୍ଧାର,ଦେଢ଼ ଲକ୍ଷ୍ୟ ଟଙ୍କା ରେ ବେହେରାମାଲ ସ୍ଥିତ ଶିବ ମନ୍ଦିର ପାଚେରୀ ନିର୍ମାଣ,ଦେଢ଼ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ମଝା ପଡ଼ା ରେ ଶ୍ମଶାନ ନିର୍ମାଣ,ଏକ କୋଟି ଦଶ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ବଢେଇମୁଣ୍ଡା ସ୍ଥିତ ପୋଖରୀ ର ପୁନଃ ଉଦ୍ଧାର,ଦୁଇ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ଗୁପ୍ତେଶ୍ୱର ଶିବ ମନ୍ଦିର ର ଉନ୍ନତି କରଣ,ଦୁଇ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ବୁରୋମାଲ୍ ସ୍ଥିତ ଭାଗବତ ମନ୍ଦିର ର ନିର୍ମାଣ,୫୧ ଲକ୍ଷ୍ୟ ୩୫ ହଜାର ଟଙ୍କା ବ୍ୟୟ ରେ ଜାମୁକଣ୍ଟା ପୋଖରୀ ର ପୁନଃଉଦ୍ଧାର,୪୮ ଲକ୍ଷ୍ୟ ୮୫ ହଜାର ଟଙ୍କା ବ୍ୟୟ ରେ ତଳିକଣ୍ଟା ର ପୁନଃଉଦ୍ଧାର ,ଚାରି ଲକ୍ଷ୍ୟ ଟଙ୍କା ବ୍ୟୟ ରେ ରାମ ମନ୍ଦିର ର ଉନ୍ନତି କରଣ ଆଦି ପ୍ରକଳ୍ପ ର ଶିଳାନ୍ୟାସ କରିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ।ଆଜି ଅନେକ ଗୁଡ଼ିଏ ପ୍ରକଳ୍ପ ଆଜି ଝାରସୁଗୁଡ଼ା ପୌର ପରିଷଦ ଅଞ୍ଚଳ ରେ ଶିଳାନ୍ୟାସ କରାଯାଇଛି।ଏଥିରେ ଲୋକଙ୍କ ବହୁ ଦିନରୁ ଦାବି ପୂରଣ ହେବ।ଝାରସୁଗୁଡ଼ା ରେ ଗୋଟିଏ ଦଳ ଦୀର୍ଘ ୨୫ ବର୍ଷ ରୁ ଏଠାରେ ଶାସନ କରୁଥିବା ବେଳେ ଲୋକଙ୍କ ମୌଳିକ ସୁବିଧା ମିଳିପାରିନାହିଁ।ତେବେ ଆଜି ବି ଅନେକ ସମସ୍ୟା ରହିଛି।ଗୋଟିଏ ଦୁଇ ବର୍ଷ ମଧ୍ୟରେ ଝାରସୁଗୁଡ଼ା ପୌର ପରିଷଦ କୁ ଆଦର୍ଶ ପୌର ପରିଷଦ ରୂପେ ଗଠନ କରାଯିବ।ଦୀର୍ଘ ବର୍ଷ ହେବ ଝାରସୁଗୁଡ଼ା ପୌର ପରିଷଦ ଥିବା ବେଳେ ଏହାର କୌଣସି ମାଷ୍ଟରପ୍ଲାନ୍ ନାହିଁ।ତେବେ ଆଗାମୀ ଦିନରେ ଝାରସୁଗୁଡ଼ା ର ନିଜସ୍ଵ ପାଣ୍ଠି ରୁ ଝାରସୁଗୁଡ଼ା ର ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ।ଆଜି ଏହି ଅବସର ରେ ଝାରସୁଗୁଡ଼ା ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ପିଡି ଆଇ ଟି ଡି ଏ ସଞ୍ଜୀବ ପଟେଲ,ବରିଷ୍ଠ ବିଜେପି ନେତା ସନ୍ତୋଷ ଯାଦବ, ପ୍ରମୋଦ ତ୍ରିପାଠୀ, ବିମଳେନ୍ଦୁ ଭୋଳ,ସୋନୁ ଥିରାନୀ, ତରନ ଡିଡୱାନି,ବିକଳ୍ପ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done