ମାନିନୀ ଙ୍କ ଆୟୁ ବଢ଼ାଇଲା ଆୟୁଷ୍ମାନ।ବାସନ୍ତୀ ହସ୍ପିଟାଲରେ ହେଲା ଟ୍ୟୁମର ଅସ୍ତ୍ରୋପ୍ରଚାର



 ମାନିନୀ ଙ୍କ ଆୟୁ ବଢ଼ାଇଲା ଆୟୁଷ୍ମାନ।ବାସନ୍ତୀ ହସ୍ପିଟାଲରେ ହେଲା ଟ୍ୟୁମର ଅସ୍ତ୍ରୋପ୍ରଚାର 

 ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଦ୍ୱାରା ଝାରସୁଗୁଡା ଜିଲ୍ଲା ପତ୍ରାପାଲି ର ମାନିନୀ ଉର୍ମା (୩୭) ଏକ ନୂତନ ଜୀବନ ପାଇଛନ୍ତି l ଆୟୁଷ୍ମାନ କାର୍ଡ ଦ୍ୱାରା ବେଲପାହାଡ଼ ବାସନ୍ତୀ ହସ୍ପିଟାଲରେ ନିଶୁକ୍ଳ ରେ ମାନିନୀ ଙ୍କ ଅସ୍ତ୍ରୋପ୍ରଚାର କରାଯାଇଛି l ମାନିନୀଙ୍କ ଗର୍ଭାଶୟରେ ୩ ବର୍ଷ ରୁ ଉର୍ଦ୍ଧ ହେଲାଣି ଯନ୍ତ୍ରଣା ହେଉଥିଲା l ସେ ଡାକ୍ତରୀ ପରାମର୍ଶ ନେବାପରେ ଗର୍ଭାଶୟ ରେ ଟ୍ୟୁମର ଥିବା ଜଣାପଡିଲା l ସୁସ୍ଥ ହେବା ପାଇଁ ଆବଶ୍ୟକ ଥିଲା ବିରଳ ଟୋଟାଲ ଏବଡୋମିନାଲ ହିଷ୍ଟ୍ରାକଟୋମିକ ( ଗର୍ଭାଶୟ ଟ୍ୟୁମର) ଅସ୍ତ୍ରୋପ୍ରଚାର l ଏହି ଅସ୍ତ୍ରୋପ୍ରଚାର ପାଇଁ ହଜାର ହଜାର ଟଙ୍କା ଆବଶ୍ୟକ ହେଉଥିବାବାରୁ ଅସ୍ତ୍ରୋପ୍ରଚାର କାରିବାକୁ ଅସମର୍ଥ ହେଉଥିଲେ ମାନିନୀ l ତେବେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ଆୟୁଷ୍ମାନ କାର୍ଡରେ ବେଲପାହାଡ ବାସନ୍ତୀ ହସ୍ପିଟାଲରେ ନିଶୁକ୍ଳ ଅସ୍ତ୍ରୋପ୍ରଚାର ହେଉଥିବା ଜାଣି ସେ ବାସନ୍ତୀ ହସ୍ପିଟାଲରେ ଭର୍ତି ହୋଇଥିଲେ l ଡାକ୍ତର ସୁଶ୍ରୀତା ପାତ୍ର, ଡାକ୍ତର ରାଜକୁମାର ପ୍ରଧାନ ଏବଂ ବାସନ୍ତୀ ହସ୍ପିଟାଲର ମେଡିକାଲ ଷ୍ଟାଫ ମାନିନୀଙ୍କ ତୁରନ୍ତ ଅସ୍ତ୍ରୋପ୍ରଚାର କରି ଗର୍ଭାଶୟ ରୁ ପ୍ରାୟ ୨୦ ଟି ଟ୍ୟୁମର ବାହାର କରିଛନ୍ତି l ମାନିନି ଆଜି ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ନିଶୁକ୍ଳରେ ଚିକିତ୍ସା ସମ୍ଭବ ହୋଇପାରିଥିବାରୁ କେନ୍ଦ୍ର ତଥା ରାଜ୍ୟ ସରକାର ଏବଂ ବାସନ୍ତି ହସ୍ପିଟାଲ ବେଲପାହାଡ କୁ ଧନ୍ୟବାଦ ଦେଇଛନ୍ତି l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done