ପ୍ରକାଶିତ ହେଲା ମାଟ୍ରିକ ପରୀକ୍ଷା ଫଳାଫଳ । ମାଟ୍ରିକ ପରୀକ୍ଷାରେ ଝାରସୁଗୁଡ଼ା ଜିଲ୍ଲା ପାସ୍ ହାର ରାଜ୍ୟରେ ତୃତୀୟ ସ୍ଥାନରେ ରହିଛି


 ପ୍ରକାଶିତ ହେଲା ମାଟ୍ରିକ ପରୀକ୍ଷା ଫଳାଫଳ ।

ମାଟ୍ରିକ ପରୀକ୍ଷାରେ ଝାରସୁଗୁଡ଼ା ଜିଲ୍ଲା ପାସ୍ ହାର ରାଜ୍ୟରେ ତୃତୀୟ ସ୍ଥାନରେ ରହିଛି । 

ଝାରସୁଗୁଡ଼ା ଜିଲ୍ଲାରେ ପାସ୍ ହାର ୯୭.୮୭ ପ୍ରତିଶତ । 

ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳ ବୃଦ୍ଧି ପାଇଛି।  

ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଝାରସୁଗୁଡ଼ା ଜିଲ୍ଲା ବିଗତ ବର୍ଷ ଅପେକ୍ଷା ଭଲ ରେଜଲ୍ଟ କରିଛି । ଚଳିତ ବର୍ଷ ଜିଲ୍ଲାରେ ପାସ୍ ହାର ୯୭.୮୭ ପ୍ରତିଶତ ଜଣ ରହିଛି । ଏହି ବର୍ଷ ଜିଲ୍ଲାରେ ମୋଟ ୫୯୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫୭୩୪ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏହି ଛାତ୍ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ୩୩ ଜଣ ଏ-ୱାନ୍ ଗ୍ରେଡ୍‌ରେ ରହିଛନ୍ତି । ଚଳିତ ବର୍ଷ ଜିଲ୍ଲାର ୧୧୯ ଟି ସ୍କୁଲର ୫୯୩୪ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମ ଫିଲିପ୍ କରିଥିଲେ । ସେମାନଙ୍କ ମଧ୍ୟରୁ ୭୫ ଜଣ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ । ଏବର୍ଷ ଜିଲ୍ଲାର ଜଣେ ହେଲେ ବି ଛାତ୍ରଛାତ୍ରୀ କପି କରି ଧରା ପଡିନାହାନ୍ତି।  । ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଉତ୍ତମ ପ୍ରଦର୍ଶନ ପାରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱାନେ ଛାତ୍ରଛାତ୍ରୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କର ଉଜ୍ବଳ ଭବିଷ୍ୟତ ପାଇଁ କାମନା ମଧ୍ୟ କରିଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done