ପ୍ରକାଶ ପାଇବ ମେଟ୍ରିକ୍ ପରୀକ୍ଷା। ଛାତ୍ର ଛାତ୍ରୀ ଙ୍କ ଥି ଆରମ୍ଭ କରି ଅଭିଭାବକ ମାନଙ୍କ ମଧ୍ୟରେ ଭରି ରହିଛି ଉତ୍କଣ୍ଠା।ଆଜି ଅପରାହ୍ନ ୪ ସମୟରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେସଲ୍ଟ । ତେବେ ସନ୍ଧ୍ୟା ୬ ଟା ସୁଦ୍ଧା ୱେବସାଇଟ ରେ ପିଲାମାନେ ରେଜଲ୍ଟ ଦେଖି ପାରିବେ। www.bseodisha.ac.in ରେ ସନ୍ଧ୍ୟା ୬ ଟାରୁ ରେଜଲ୍ଟ ଉପଲବ୍ଧ ରହିବ ଏହା ସହିତ sms ମାଧ୍ୟମରେ ମଧ୍ୟ ଛାତ୍ର ଛାତ୍ରୀ ମାନେ ରେଜଲ୍ଟ ଦେଖି ପାରିବେ। ଛାତ୍ର ଛାତ୍ରୀ ମାନେ OR10<ROLLNO> ଲେଖି ୫୬୭୬୭୫୦ କୁ SMS ଲେଖି ପଠାଇଲେ ମଧ୍ୟ ନିଜର ପରୀକ୍ଷା ଫଳ ଜାଣି ପାରିବେ। ବୋର୍ଡ ତରଫରୁ ମେ ମାସ ପ୍ରଥମ ସପ୍ତାହ ସୁଦ୍ଧା ରେଜଲ୍ଟ ବାହାରିବାର ସୂଚନା ଦିଆଯାଇଥିଲା ତେବେ ଆଜି ସାରା ରାଜ୍ୟରେ ମାଟ୍ରିକ ରେଜଲ୍ଟ ବାହାରିବାକୁ ଯାଉଛି। ବର୍ଷ ତମାମ ଛାତ୍ର ଛାତ୍ରୀ ମାନେ କଷ୍ଟ କରି ଆଜିର ଦିନକୁ ଅପେକ୍ଷା କରି ରହିଥାନ୍ତି ଏହା ସହିତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଭିଭାବକ ମାନେ ମଧ୍ୟ ଉତ୍କଣ୍ଠା ର ସହିତ ରେଜଲ୍ଟ ଜାଣିବାକୁ ଅପେକ୍ଷା କରି ରହିଛନ୍ତି।
0 Comments