ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ତରଫରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ


 ଅଖିଳ ଭାରତୀୟ କଂଗ୍ରେସ କମିଟି ର ସମ୍ପାଦକ ତଥା ଓଡିଶା ପାଇଁ ନିଯୁକ୍ତ ସହ ପ୍ରଭାରୀ ଶ୍ରୀଯୁକ୍ତ ସlହlନୱାଜ ଚୌଧୁରୀ ଙ୍କ ତୃଣମୂଳ ସ୍ତରରୁ କଂଗ୍ରେସ ଦଳକୁ ମଜବୁତ କରିବା ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ତା :03/05/2025 ରିଖ ସକାଳ 11 am ସମୟରେ ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ଏକ କର୍ମୀ ସମ୍ମିଳନୀ ରେ ଯୋଗଦାନ କରିଥିଲେ l ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଚୌଧୁରୀ କଂଗ୍ରେସ ନେତୃବୃନ୍ଦ ତଥା କର୍ମୀ ଙ୍କୁ ଆଗାମୀ ଦିନରେ ତୃଣମୂଳ ସ୍ତରରୁ ଦଳକୁ ସଂଗଠିତ କରି ଜନସାଧାରଣ ଙ୍କ ଅସ୍ଥାଭଜନ ହେବା ପାଇଁ ପରାମର୍ଶ ଦେଇଥିଲେ l ଦଳ ର ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କର ଲୋକସଭା ଓ ଲୋକସଭା ବାହାରେ "ଜାତିଭିତ୍ତିକ ଜନଗଣନା "ପାଇଁ ଅନବରତ ପ୍ରୟାସ ଯୋଗୁଁ କେନ୍ଦ୍ର ସରକାର ରାଜି ହୋଇଥିବାରୁ ଏହା କଂଗ୍ରେସ ଦଳ ର ଏକ ନୈତିକ ବିଜୟ ବୋଲି ପ୍ରକାଶ କରିଥିଲେ l ପରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନୀୟ ସମସ୍ୟା ଯଥା କଳ କାରଖାନାରୁ ନିର୍ଗତ ବିଷାକ୍ତ ପାଉଁଶ ବେନିୟମ ଭାବରେ ବିଭିନ୍ନ ସ୍ଥାନରେ ପକାଯିବ ଏବଂ ତତଜନିତ ପ୍ରଦୂଷଣ ଏବଂ ସ୍ୱାସ୍ଥ୍ୟ ହାନି, କଳ କରଖାନା ମାନଙ୍କରେ ସ୍ଥାନୀୟ ନିଯୁକ୍ତି ର ଅଭାବ, ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ଵାସ୍ତ୍ୟ ବ୍ୟବସ୍ଥା ତଥା ଶିଳ୍ପନୁଷ୍ଠାନ ମାନଙ୍କ ଦ୍ୱାରା ଧର୍ଯ୍ୟ ପରିମାଣ ଠାରୁ ଅଧିକ ପାଣି ନେବା ଦ୍ୱାରା ଚାଷ ପ୍ରଭାବିତ ସଙ୍ଗେ ସଙ୍ଗେ ପାନୀୟ ଜଳ ର ଅଭାବ ପ୍ରଭୃତି ବିଷୟରେ ସୂଚାଇ, ସରକାର ଏବଂ ପ୍ରଶାସନ ଏ ବିଷୟ ରେ ବିହିତ ପଦକ୍ଷେପ ନ ନେଲେ କଂଗ୍ରେସ ଦଳ ଆନ୍ଦୋଳନତ୍ମକ ପନ୍ଥା ଗ୍ରହଣ କରିବ ବୋଲି ପ୍ରକାଶ କରିଥିଲେ l ଜିଲ୍ଲା ସଭାପତି ଶ୍ରୀ ସୁବ୍ରତ ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀ ରେ ଭରତ ଅବସ୍ତି, ସିୟାରମ ଦାସ,ପ୍ରଶାନ୍ତ ତ୍ରିପାଠୀ,ଅମିତା ବିଶ୍ୱାଳ, ମନମୋହନ ଝା, ଦେବାନନ୍ଦ ବାରିକ, ଶାହରୁଖ ଖାଁନ,ଆଦର୍ଶ ଗାନ୍ଧୀ,ମନୀଷ ବାଜପେୟୀ,ମଟରାଜ ଡୁଙ୍ଗ ଡୁଙ୍ଗ, ଓମପ୍ରକାଶ ଠକ୍କର, ଭାସ୍କର ପଟେଲ, ପିଣ୍ଟୁ ଖମାରି, ମହେଶ ପ୍ରଧାନ,ଶଙ୍କର ଦାସ,ଜୀବନ ସାର୍ଥକ ଦାସ, ଏମ,ଡି. ୱାରୀଶ, ଭି. ଗୌରୀ, ଅଲେଖ କୁମାର, ମୁନ୍ନା, ଅଶୋକ ଖର୍ଶେଲ ଦିପକ ସାହୁ, କାଜଲ ଘୋଷ, ଗୁଡ଼ୁ ଭାଇ,ବିଜୟ ଶକୁନିଆ,ପୂର୍ଣ୍ଣ ଚଛlନ ଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done