ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଛି।ବୈଦେଶିକ ସଚିବ ବିକ୍ରମ ମିଶ୍ରିଙ୍କ ସୂଚନା।


 ପୁଣି ରଙ୍ଗ ଦେଖାଇଲା ପାକିସ୍ତାନ ।

ଯୁଦ୍ଧ ବିରତି ପାଇଁ ଉଭୟ ଦେଶ ମାନିଥିଲେ ଆଉ ଯୁଦ୍ଧ ବନ୍ଦ୍ ଘୋଷଣା କରାଯାଇଥିଲା । 

ହେଲେ ଯୁଦ୍ଧ ବନ୍ଦ୍ ହେବାର କିଛି ଘଣ୍ଟା ପରେ ପୁଣି ଅସ୍ତ୍ର ବିରତି ଉଲଂଘନ କରିଛି ପାକିସ୍ଥାନ । 

ଜମ୍ମୁ କାଶ୍ମୀରର ବିଭିନ୍ନ ସେକ୍ଟର ଏବଂ ଏକାଧିକ ସ୍ଥାନରେ ଡ୍ରୋନ୍ ହାମଲା କରିଛି ପାକିସ୍ଥାନ । 

ପାକିସ୍ତାନର ଏହି ଆକ୍ରମଣରେ ଜଣେ BSF ଯବାନ ସହୀଦ ହୋଇଥିବା ବେଳେ ୭ ଜଣ ଯବାନ ଆହତ ହୋଇଛନ୍ତି । 

ଅସ୍ତ୍ରବିରତି ଘୋଷଣା ହେବା ପରେ ସମସ୍ତେ ଭାବି ଥିଲେ ଯୁଦ୍ଧ ବନ୍ଦ୍ ହେବ ବୋଲି ହେଲେ ପାକିସ୍ଥାନ ନିଜର ରଙ୍ଗ ଦେଖାଇ ଜମ୍ମୁ କାଶ୍ମୀରର ଅଖନୁର, ରଯୌରି,  ଆରଏସ ପୁରା ଭଳି ଅନେକ ସ୍ଥାନରେ ପାକିସ୍ଥାନ ଗୁଳି ବର୍ଷା କରିଛି । କୁକୁର ଲାଙ୍ଗୁଡ଼ କେବେ ସିଧା ହେବନି ଏହି କଥାକୁ ସତ ପ୍ରମାଣିତ କରିଛି ଶତ୍ରୁଦେଶ ପାକିସ୍ତାନ ।  ୪ ଘଣ୍ଟା ବି ନିଜ କଥାରେ ରହି ପାରିଲା ନାହିଁ ଶତ୍ରୁଦେଶ । ସିଜଫାୟାର ଘୋଷଣା ହେବାର ମାତ୍ର କିଛି ସମୟ ପରେ ରଙ୍ଗ ଦେଖାଇଦେଲା ପକିସ୍ତାନ । LOC ସୀମାବର୍ତ୍ତୀ ଅଞ୍ଚଳରେ ଜୋରଦାର ଗୁଳିବର୍ଷଣ କରିଛି ଶତ୍ରୁଦେଶ । ଅଖନୁର, ସୁନ୍ଦରବନୀ,ରଜୌରୀ,ସାମ୍ବା ସେକ୍ଟରରେ ପାକ୍ ସେନା ଗୁଳି ବର୍ଷଣ କରିଛି । ପାକିସ୍ତାନ ଉଧମପୁରରେ ବି ଡ୍ରୋନ୍ ମିସାଇଲ୍ ଆଟାକ୍ କରିଛି ପାକିସ୍ଥାନ । ଜମ୍ମୁ-କାଶ୍ମୀରର ରାଜଧାନୀ ଶ୍ରୀନଗର ଏବଂ ପଠାନକୋଟରେ ବି ପ୍ରବଳ ଗୁଳିବର୍ଷା ହୋଇଛି । ୨ ଟି ସ୍ଥାନ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ରହିଛି । ଶ୍ରୀନଗରରେ ମାତ୍ର ୨୦ ମିନିଟରେ ୫୦ ଟି ଧମାକା ଶୁଣାଯାଇଥିବା କଥା ଜାତୀୟ ଗଣମାଧ୍ୟମରୁ ଶୁଣିବାକୁ ମିଳିଛି । ପାକିସ୍ଥାନ ପଟୁ ହୋଇଥିବା ପୁନଃ ଆକ୍ରମଣ ପରେ ଭାରତୀୟ ସେନା ମଧ୍ୟ ପାଲଟା ଜବାବ୍ ଦେଇଛି । ଯେଉଁ ଅସ୍ତ୍ର ବିରତି କୁ ନେଇ ଯେଉଁ ନିୟମ ଉଲ୍ଲଙ୍ଘନ କରିଛି ପାକିସ୍ଥାନ ନିଜେ ଏହା ପାଇଁ ଦାୟୀ ଅଟେ ଏବଂ ଭାରତୀୟ ସେନା କୁ ଏହା ବିରୁଦ୍ଧରେ କଡା ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁମତି ଦିଆଯାଇଥିଲା । ଏନେଇ ବୈଦେଶିକ ସଚିବ ବିକ୍ରମ ମିଶ୍ର  ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦିଆଯାଇଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done