ଜମ୍ମୁ କାଶ୍ମୀର ର ପେହଲଗାମ ରେ ପର୍ଯ୍ୟଟକ ବହୁ ଆନନ୍ଦରେ ମୌଜ ମସ୍ତି କରୁଥିଲେ। ହଠାତ୍ କଳା ମେଘ ଭଳି ବର୍ଷିଲା ଆତଙ୍କବାଦୀ ମାନଙ୍କ ଗୁଳି। ୨୬ ପର୍ଯ୍ୟଟକ ଏହି ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିସହ ଜମ୍ମୁ ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସୀମାରେ ହାଇ ଆର୍ଲଟ ଜାରି ରହିଛି, ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ଚାଲିଥିବା ବେଳେ ସେନାର ଯବାନ ମାନେ ସବୁ ଜାଗାରେ ଛାନ ଭିନ ଆରମ୍ଭ କରିଛି। ଆତଙ୍କୀଙ୍କୁ ଖୋଜି ସଫା କରିବାକୁ ସନ୍ଦିଗ୍ଧ ଅଂଚଳରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ । ତେବେ ଆତଙ୍କୀ ଆକ୍ରମଣରେ ମୋଟ ୨୬ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ଏମାନଙ୍କ ମଧ୍ୟରେ ଦୁଇ ଜଣ ବିଦେଶୀ ନାଗରିକ ଓ ୩ଜଣ ସ୍ଥାନୀୟ ନାଗରିକ ଏବଂ ଜଣେ ଆଇବି ଅଧିକାରୀଙ୍କୁ ମଧ୍ୟ ଆତଙ୍କବାଦୀ ମାନେ ହତ୍ୟା କରିଛନ୍ତି । ପହଲଗାମର ବେସରାନରେ ପ୍ରକୃତିକୁ ଉପଭୋଗ କରୁଥିବା ବେଳେ ଆତଙ୍କବାଦୀ ମାନେ ହଠାତ୍ ଗୁଳି ଆକ୍ରମଣ କରିଥିଲେ। ଏଥିରେ ଓଡ଼ିଶା ର ପ୍ରଶାନ୍ତ ଶତପଥୀ ମଧ୍ୟ ସାମିଲ ଅଛନ୍ତି। ସେମାନଙ୍କ ପରିବାର ସାମ୍ନାରେ ଛୁଆ ଏବଂ ସ୍ତ୍ରୀ ସାମ୍ନାରେ ଧର୍ମ ପଚାରି ସେମାନଙ୍କୁ ବ୍ଲାଙ୍କ ରେଞ୍ଜ ରେ ଫାୟର କରିଥିଲେ ଆତଙ୍କବାଦି। ଧର୍ମ ପଚାରିବାରୁ ମୁସଲିମ ବୋଲି ଜଣା ନ ପଡ଼ିଲେ ମୁଣ୍ଡରେ ମାରିଲେ ଗୁଳି। ସେନା ପୋଷାକ ପିନ୍ଧି ଆସିଥିବା ଆତଙ୍କୀ ମାନେ ପର୍ଯ୍ୟଟକଙ୍କ ନାଁ ଓ ଧର୍ମ ପଚାରି ଗୁଳି କରି ଚାଲିଥିଲେ । ତେବେ ଏ ସମସ୍ତ ଘଟଣା ଟିଆରଏଫ୍ ଆତଙ୍କି ସଂଗଠନ ଘଟାଇଛି ବୋଲି ନିଜେ ବୟାନ ଦେଇଛି। ଆଉ ଏହି ଭଳି ଆହୁରି ଆକ୍ରମଣ ଆଗକୁ ଉପତ୍ୟକା ମାନଙ୍କରେ ହେଉଥିବା ବୋଲି ଚେତାବନୀ ଦେଇଛି ଟିଆରଏଫ୍। ସେପଟେ ନିଜର ସାଉଦି ଗସ୍ତ କୁ ବନ୍ଦ କରି ମୋଦି ଆସି ଭାରତ ରେ ପହଞ୍ଚି ଗୃହ ମନ୍ତ୍ରୀ ଅମିତ୍ ଶାହା ଙ୍କ ସହ ବୈଠକ କରି ନିଜ ଆକ୍ସନ ମୋଡ଼ ଆରମ୍ଭ କରିଛନ୍ତି। କାହାକୁ ଛଡ଼ା ଯିବ ନାହିଁ ବୋଲି ସେ କହିଛନ୍ତି।
0 Comments